ରେଳଦୁର୍ଘଟଣା ଆହତଙ୍କପାଇଁ ରକ୍ତଦାନଶିବିର

0 85

ବାରଙ୍ଗ, ୧୧ା୬ (ଏସଏସନିଉଜ) ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କ ପାଇଁ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ବାରଙ୍ଗବ୍ଳକ ଅଧିନସ୍ଥମଧୁପୁର ପଂଚାୟତର ମଧୁବନ ଗାଁମୁଣ୍ଡରେ ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବିର ରବିବାରଦିନ ଆୟୋଜନ କରାଯାଇଥିଲା। ଏହାକୁ

ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ ।ଏଥିରେ ବାରଙ୍ଗ ବ୍ଳକର ୮ ଗୋଟି ପଂଚାୟତର ବିଜୁ ଛାତ୍ର ଓ ଯୁବ ଜନତା ଦଳର କର୍ମୀଙ୍କ ସହଯୋଗ କରିବା ସହ ବହୁ କର୍ମୀମାନେ ରକ୍ତଦାନ କରିଥରଲେ ।ଏହି ଶିବିରରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଟ୍ରକମାଲିକସଂଘର ସଭାପତି ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରୀୟ ରେଡ୍‌କ୍ରସ ମେଡିକାଲ ଡାକ୍ତର ରାମପ୍ରସାଦ ରାଏ, ସତ୍ୟନାରାୟଣ ସିଂ, ସଂଦିପ ସାଇଁ, ଲକ୍ଷ୍ମୀଧର ପୂର୍ତୀ, କ୍ରିତନ ବାନଚୋର, ପ୍ରକାଶ ମଲ୍ଲିକ ସହଯୋଗରେ ୧୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।(ଗୌତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.