ମାତାରାତାରିଣୀଙ୍କ ପୀଠରେ ଏକାଠିହେଲେ ବିଶ୍ଵକର୍ମାସମାଜ

0 266

ଭୁବନେଶ୍ୱର,୧୦ା୬(ଏସଏସନିଉଜ)ମାତାରାତାରିଣୀଙ୍କ ପୀଠରେ ଦୁଇଦିନଧରି ଦକ୍ଷିଣଓଡ଼ିଶା ବିଶ୍ଵକର୍ମା ସମାଜ ପକ୍ଷରୁ ମହାସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୩୪ତାଲୁକାର ରାଜଶ୍ରୀ ଓ କୂଳମୁଖ୍ୟଙ୍କ ତତ୍ତ୍ଵାବଧାନରେ ସଙ୍ଗଠନକୁ ମଜବୁତ କରିବାପାଇଁ କର୍ମକର୍ତ୍ତା ଚୟନ କାରଯାଇଥିଲା ।ଏଥିରେ ସର୍ବସମ୍ମତିକ୍ରମେ ସଭାପତିଭାବେ ସନ୍ତୋଷ କୁମାର ମହାରଣା , ସିମାଞ୍ଚଳ ମହାରଣା, ଅଭିମନ୍ୟୁ ମହାରଣା ( କାର୍ଯ୍ୟକାରୀସଭାପତି) ହାଡୁ ବନ୍ଧୁ ମହାରଣା ( ସମ୍ପାଦକ ) ଅଶୋକ ମହାରଣା ( ସାଧାରଣ ସମ୍ପାଦକ) ବାଇନାଥ ମହାରଣା ( କୋଷାଧ୍ୟକ୍ଷ)ଙ୍କ ସମେତ ପାଞ୍ଚଜଣ ଉପସଭାପତି, ପାଞ୍ଚଜଣ ଯୁଗ୍ମ ସମ୍ପାଦକ ଏବଂ ଉପଦେଷ୍ଟାମଣ୍ଡଳୀ ରୂପେ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶାର ବିଶ୍ଵକର୍ମାସମାଜର ବହୁସଦସ୍ୟ ମାନେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ପୂର୍ବଖଣ୍ଡ ତାଲୁକାର ସଭାପତି ରମେଶ ଚନ୍ଦ୍ର ମହାରଣା ଓ ଅନ୍ୟସଦସ୍ୟମାନେ ସହଯୋଗ କରିଥିଲେ ।

 

Leave A Reply

Your email address will not be published.