ବ୍ଲେଡ୍‌ରେ ଶିରା କାଟି କରୋନା ରୋଗୀମୃତ

0 684

ପୁରୀ,୧୫/୦୯(ଏସ ଏସ ନିୟୁଜ ) ଆଜି ରୁମାନୀ ହୋଟେଲ୍‌ରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟର୍‌ରେ ଜଣେ କରୋନା ରୋଗୀ ଶିରା କାଟି ଆତ୍ମହତ୍ୟା କରିଥିବାର ଜଣାପଡିଛି ।ସେ ହେଉଛନ୍ତି କୁମ୍ଭାରପଡା ଥାନା ଅଧୀନ ରାୟବାହାଦୂର ଲେନ୍‌ର ପ୍ରଦୀପ କୁମାର ଦାସଙ୍କ ପୁଅ ମଧୁସୂଦନ ଦାସ (୨୯) । ସମୁଦ୍ରକୂଳ ଥାନାପୋଲିସ ୧୪ ।୨୦କେସ ନମ୍ବର ରେ ଏକ ଅପମୃତ୍ୟୁ ମାମଲା ଋଜୁକରି ଶବ ଜବତ କରି ବ୍ୟବଛେଦ ପାଇ ପଠାଇଥିବାର ଜଣାପଡିଛି ।ତେବେ ମାନସିକ ଭାରସାମ୍ୟ ହରାଇ ମଧୁସୂଦନ ଆତ୍ମହତ୍ୟା କରିଥିବାର ପ୍ରାଥମିକ ଅନୁଧ୍ୟାନବେଲେ ଜାଣିବାକୁ ପାଇଛି ।
ପ୍ରକାଶ ଯେ , ମଧୁସୂଦନ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ସମୁଦ୍ରକୂଳ ଥାନା ଅଧୀନ ରୁମାନୀ ହୋଟେଲ୍‌ରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲା ।ଏହାସହିତ ଦୀର୍ଘଦିନ ଧରି କର୍କଟ ରୋଗରେ ମଧ୍ୟ ପୀଡିତ ଥିଲେ ।ୱାରେଣ୍ଟାଇନ୍ ସେଣ୍ଟର୍‌ରେ ମଧୁସୂଦନ ଙ୍କ ପାଖରେ ତାଙ୍କ ମାଆ ରହୁଥିଲେ। ରବିବାର ବିଳମ୍ବିତ ରାତିରେ ମଧୁସୂଦନ ବାଥ୍‌ରୁମ୍ ଭିତରେ ପଶିଥିଲେ ।ମାଆ ନିଦରୁ ଉଠିଲାପରେ ମଧୁସୂଦନ ବେଡ଼ରେ ନଥିବାରୁ ବିବ୍ରତ ହୋଇଯାଇଥିଲେ । ଏହାପରେ ବାଥ୍‌ରୁମ୍ର କବାଟ ବାଡେଇଥିଲେ ମଧ୍ୟ କବାଟ ଖୋଲିନଥିଲା । ପରେ କବାଟ ଖୋଲିବାପରେ ବ୍ଲେଡ୍‌ରେ ଶିରା କଟି ରକ୍ତ ଜୁଡୁବୁଡୁ ହୋଇ ନିସ୍ତେଜ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ ।ମଧୁସୂଦନକୁ ଚିକିସା ପାଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାବେଳକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.