ବ୍ଲକ ସ୍ତରୀୟ କରୋନା ସଚେତନତା କାର୍ଯ୍ୟକ୍ରମ

0 210

ଡେଲାଙ୍ଗ,୨୦/୩ (ଏସଏସନିୟୁଜ) କରୋନା ସଂକ୍ରମଣରୁ ପ୍ରତିହତ କରିବାକୁ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ପଂଚାୟତର ସରପଂଚ ,ସମିତିସଭ୍ୟ ଓ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ଯୋଗ ଦେଇ କରୋନା ଭାଇରସ ସଂକ୍ରମଣରୁ ପ୍ରତିହତ କରାଯିବା ସମ୍ପର୍କିତ ଅଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଡିଓ କ୍ଷୀରୋନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତହସିଲଦାର ରାଜେନ୍ଦ୍ର କୁମାର ଅଚାରିଆ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ଡେଲାଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧରକାରୀ ଡ. ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ କରୋନା ଭାଇରସ ସଂକ୍ରମଣ ଜନିତ ସଚେତନତା ସମ୍ପର୍କରେ ଅଲୋକପାତ କରିଥିଲେ ।

ଏହି ମହାମାରୀ ଯାହାପାଇଁ କୌଣସି ଟୀକା ବା ଔଷଧ ନାହିଁ ,ରୋଗର ସଫଳ ଚିକିତ୍ସାପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟା ଅବଶ୍ୟକ,ବାରମ୍ବାର ନିଜର ହାତକୁ ସାବୁନ ହ୍ୟାଣ୍ଡୱାସରେ ସଫା ରଖିବା ,ସାମାଜିକ ଜନସମାଗମଲୋକଙ୍କ ଠାରୁ ଦୂରେଇ ରହିବା କରୋନା ଭୂତାଣୁ ସଂକ୍ରମଣର ସବୁଠୁ ଫଳପ୍ରଦ ଉପାୟ ,ସମସ୍ତ ଧାର୍ମିକ ଉତ୍ସବ,ବିବାହ,ବ୍ରତ ଇତ୍ୟାଦି ସାମାଜିକ ଜନ ସମାଗମ ଠାରୁ ଦୂରେଇ ରହିବା ଉଚିତ, ଗୁଜବ ଠାରୁ ଦୂରେଇ ରହିବା ,ଭୟଭିତ ନହେବା ,ହାତକୁ ବାରମ୍ବାର ସାବୁନରେ ଧୋଇବା,କାଶ,ଛିଙ୍କ ସମୟରେ ମୁହଁକୁ ରୁମାଲ ଓ ଟିସୁ ପେପରରେ ଘୋଡାଇ ରଖିବା,ମୁକ୍ତ ବାୟୁ ଚଳାଚଳ କରୁଥିବା ଓ ଏସି ଲଗାଯାଇନଥିବା କକ୍ଷରେ ବ୍ୟବହାର କରନ୍ତୁ ,ବସବାସ କରୁଥିବା ଘରକୁ କିଟାଣୁ ନାଶକ ଦ୍ରବ୍ୟରେ ସଫା ରଖନ୍ତୁ,ନିଜେ ପରିସ୍କାର ପରିଚ୍ଛନ୍ନତା ଦିଗରେ ଧ୍ୟାନ ଦିଅନ୍ତୁ , ଜ୍ୱର ,କାଶ,ଶ୍ୱାସକ୍ରୀୟାରେ କଷ୍ଟ ଅନୁଭବ କରୁଥିଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ,ଆଖି,ନାକ,ପାଟିକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ,ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ , ସଂକ୍ରମିତ ମାସ୍କ ,ଟିସୁ ପେପର ଇତ୍ୟାଦିକୁ ଘୋଡଣିଥିବା ଡଷ୍ଟ ବିନରେ ରଖନ୍ତୁ ଓ ପରେ ପୋଡି ଦିଅନ୍ତୁ ସଂକ୍ରମିତ ଲୁଗା ପଟାକୁ ସାବୁନରେ ଭଲଭାବେ ସଫାକରି ଖରାରେ ସୁଖାନ୍ତୁ ଆଦି ସଚେତନାର ବାର୍ତା ଦେଇଥିଲେ । ଏହା ସହିତ ପ୍ରତ୍ୟେକ ପଂଚାୟତ ଓ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ସମେତ ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ର ଗୁଡିକରେ ସ୍ୱନ୍ତ୍ର କୋଠରୀର ବ୍ୟବସ୍ଥା କରାଯିବା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତିି ,ଦେବାଶିଷ ନନ୍ଦ,ପୁଷ୍ପାଞ୍ଜଳୀ ସାମଲ ପ୍ରମୁଖ ଯୋଗଦେଇ ସଚେତନତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.