ବ୍ଲାକମେଲିଂ ଅଭିଯୋଗରେ ବନ୍ଧାହେଲେ ଫେସବୁକ୍ ପ୍ରେମିକ

ବାରଙ୍ଗ, ୪/୧୦(ଏସଏସନିଉଜ) ଫେସବୁକ୍ ରୁ ପ୍ରେମକରି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ବ୍ଲାକମେଲ କରି ସାରାରିକ୍ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ଜଣେ ଯୁବକକୁ ବାରଙ୍ଗ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଯୁବକକୁ ଗିରଫ କରିଛି ବାରଙ୍ଗପୋଲିସ।ପ୍ର

କାଶ ଯେ, ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଗୈାରବ ପ୍ରଧାନ (୨୭) ନାମକ ଯୁବକ ଫେସବୁକ ମାଧ୍ୟମରେ ବାରଙ୍ଗ ଥାନା ଅନ୍ତର୍ଗତ ସୀତାରାମ ବଜାର ଅଂଚଳର ଜଣେ ବିବାହିତା ମହିଳାଙ୍କ ସହିତ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା।ପରେ ଉଭୟଙ୍କ ମଧ୍ୟରେ ସାରରିକ ସମ୍ପର୍କ ଗଢ଼ି ଉଠିଥିଲା। ଅନ୍ତରଙ୍ଗ ମୁହୁର୍ତ୍ତ ବେଳର କିଛି ଦୃଶ୍ୟକୁ ସୁବିଧା ଦେଖି ଗୈାରବ ନିଜ ମୋବାଇଲରେ ରେକର୍ଡ କରିଥିଲେ।ଅନ୍ତରଙ୍ଗ ମୁହୁର୍ତ୍ତ ବେଳର ଦୃଶ୍ୟକୁ ନେଇ ଗୈାରବ ମହିଳାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ।ସାରରିକ୍ ସମ୍ପର୍କ ରଖିବା ପାଇଁ ବାରମ୍ବାର ବାଧ୍ୟ କରିବାରୁ ମହିଳା ଜଣଙ୍କ ବାରଙ୍ଗ ଥାନାରେ ବୁଧବାରଦିନ ଅଭିଯୋଗ କରିଥିଲେ ।ପୋଲିସ କେଶ ନଂ ୩୭୦/୨୪ ଏକ ମାମଲା ରୁଜ୍ଜୁ କରି ନିମାପଡ଼ା ଅଂଚଳର ଗୈାରବଙ୍କୁ ଶୁକ୍ରବାର ଦିନଗି ରଫ କରି କୋର୍ଟ ଚାଲାଣ କରିଛି।

- Advertisement -

Leave A Reply

Your email address will not be published.