ବୋହୁର ଆକ୍ରମଣରେ ଶଶୁର ଗୁରୁତର

0 469

ଆସିକା , ୨୭/୧୧(ଏସଏସନିୟୁଜ)ଗଞ୍ଜାମ ଜିଲ୍ଲା ଆସିକା ଥାନା ପାଣ୍ଡିଆପଥର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣାା ପାରିବାରିକ ଘଟଣାକୁ ନେଇ ବୋହୁର ଆକ୍ରମଣର ଶିକାର ହୋଇ ଶଶୁର ଆସିକା ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ଗୁରୁତର ଶଶୁର ଜଣକ ହେଲେ ପାଣ୍ଡିଆପଥର ଗ୍ରାମର ବୃନ୍ଦାବନ ରଣା।
ସୂଚନା ଅନୁସାରେ ଭଡା ଘରେ ରହୁଥିବା ବୃନ୍ଦାବନ ରଣା ନିଜ ଘରେ ରହୁଥିବା ବୋହୁ ପାଖକୁ ଯାଇଥିଲେ।ଘରେଥିବା ବୋହୁ ଝୁନୁ ରଣା ଓ ଝୁନୁଙ୍କ ଭେଣୋଇ ମିଶି ବୃନ୍ଦାବନ ଓ ତାଙ୍କ ପତ୍ନୀ ଙ୍କୁ ମାଡ ମରିବା ସହିତ କାତି ସାହାଯ୍ୟରେ ରେ ଆକ୍ରମଣ କରିଥିବାର ଥାନାରେ ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ଉଭୟଙ୍କୁ ଗୁରୁତର ଅବସ୍ଥା ରେଆମ୍ବୁଲାନ୍ସ ଯୋଗେ ଆସିକା ମେଡ଼ିକାଲକୁ ଚିକିସ୍‌। ପାଇଁ ପଠାଇଥିଲେ ।ଏ ନେଇ ଆସିକା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.