ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ

0 144

କେନ୍ଦୁଝର,୧୪/୧୦(ଏସଏସନିୟୁଜ)ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ଗତ ରବିବାର ଦିନ କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟ ଅରଡେଇ ବ୍ରିଜ ନିକଟରେ ହେଇଥିବା ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ କରିଛି କେନ୍ଦୁଝର ପୋଲିସ । ସେମାନେ ହେଲେ ପ୍ରତାପ ରାଉତ,ବିଦ୍ୟାଧର ପରିଡ଼ା, ମୋନମୋହନ ଦାସ, ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖ । ଏମାନଙ୍କ ଠାରୁ ୪ ଟି ମୋବାଇଲଫୋନ, ଗୋଟିଏ ବାଇକ .ଦୁଇଟି ଅଫୁଟା ବୋମା ପୋଲିସ ଜବତ କରିଛି । ଆର୍ଥିକ କାରାବାରକୁ ନେଇ ବ୍ୟକ୍ତିଗତ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଏସପି ମିତ୍ରଭାନୁ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି କାର‌୍ୟ୍ୟାଳୟରେ ଆୟୋଜିତ ଭାରତୀୟ ମଜଦୁର ସଂଘର ବୈଠକରେ ଯୋଗଦେଇ ନିଜ ଫର୍ଚୁନର କାର୍‌ରେ ଫେରୁଥିବାବେଳେ ଯୋଗାଣ ବିଭାଗ ଗୋଦାମ ରାସ୍ତା ନିକଟରେ ବୋମାମାଡ଼ ହୋଇଥିଲା ।

Leave A Reply

Your email address will not be published.