ବୃଦ୍ଧା ନିଖୋଜ,ଥାନାରେ ଅଭିଯୋଗ

0 637

ବାରଙ୍ଗ,୭/୫(ଏସ ଏସ ନିୟୁଜ)ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମର ଜଣେ ବୃଦ୍ଧ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।ସୂଚନାନୁସାରେ ଉକ୍ତ ବୃଦ୍ଧ ଜଣକ ହେଉଛନ୍ତି ବାଇଧର ସାହୁ,ବୟସ ୮୦ ବର୍ଷ।ଦୀର୍ଘ ଦିନ ହେବ ତାଙ୍କର ମାନସିକ ସନ୍ତୁଳନ ସ୍ଥିର ରହୁନଥିବା ପରିବାର ଲୋକ ସୁଚନାଦେଇଛନ୍ତି।ଶୁକ୍ରବାର ସକାଳୁ ବୃଦ୍ଧ ଜଣକ କେଉଁଆଡେ ଚାଲି ଯାଇଥିବା ପରିବାର ଲୋକ ଜଣାଇବାକୁ ପାଇଥିଲେ।ନିଖୋଜ ପୂର୍ବରୁ ବୃଦ୍ଧ ଜଣକ ଏକ ଧୋତି ଏବଂ ନାଲି ରଙ୍ଗର ଚେକ୍ ଗାମୁଛା ପିନ୍ଧିଥିବା ପରିବାର ଲୋକେ କହିଛନ୍ତି।ଏନେଇ ପରିବାର ପକ୍ଷରୁ ନନ୍ଦନକାନନ ଥାନାରେ ନିଖୋଜ ହୋଇଥିବା ଅଭିଯୋଗ କରାଯାଇଛି।ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରିରଖିଛି।

Leave A Reply

Your email address will not be published.