ବ୍ରିଜରୁ ଖସି ବୃଦ୍ଧ ମୃତ

0 339

ଡେଲାଙ୍ଗ,୧୮/୧୨(ଏସଏସ ନିଉଜ)ଡେଲାଙ୍ଗହାଟବଜାର ନିକଟସ୍ଥ ଦାଣ୍ଡମୁକୁନ୍ଦପୁର-ଡେ।ଲଙ୍ଗ ହାଟ ରାସ୍ତାର ପଟଣପୁର ଲୁଣାନଦୀ ସେତୁରୁ ଖସି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ମୃତବୃଦ୍ଧ ପଟଣଗ୍ରାମର କେଲୁଚରଣ ସାହୁ(୭୦) । କେଳୁ ବଜାରକୁ ଆସି ଘରକୁ ପେରୁଥିଲେ ।ବ୍ରିଜଦେଇ ଘରକୁ ଯାଉଥିବାବେଳେ ବ୍ରିଜର ବାଡ ନଥିବାରୁ ତଳକୁ ଖସିପଡିଥିଲେ ।

ଏହି ବାଟରେ ଯାଉଥିବା ପଥଚାରୀ ଏହାଦେଖି ନିକଟସ୍ଥ ଦୋକାନରେ କହିଥିଲେ ।ପରେ ସ୍ଥାନୀୟଲୋକମାନେ ତାଙ୍କୁ ଉଦ୍ଧାର କରି ଡେଲାଙ୍ଗ ଡାକ୍ତରଖାନାରେ ଚିକିସ୍।ପ।ଇଁ ଭର୍ତିକରିଥବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା ।୨୬-୦୨-୨୦୧୪ରେ ଏହି ସେତୁର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା ।ବ୍ରିଜ ହେଲା କିନ୍ତୁ ବାଡ। ହେଲା ନାହି ,ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବର  କୁପରିଣାମ ଗ୍ରାମବାସୀଙ୍କୁ ଏବେ ଭୋଗିବାକୁ ପଡୁଛି ।

Leave A Reply

Your email address will not be published.