ବୃଦ୍ଧକୁ ପଥରରେ ଛେଚି ହତ୍ୟା ଅଭିଯୋଗ

0 235

ଡେଲାଙ୍ଗ,୮/୨(ଏସ୍‌ଏସ୍‌ନିୟୁଜ) ଡେଲାଙ୍ଗଥାନା ଅର୍ନ୍ତଗତ ରେଙ୍ଗଳ ଗ୍ରାମପଂଚାୟତର ରେଙ୍ଗଳ ଗ୍ରାମର କାଶିନାଥ ମହାପାତ୍ର(୬୮) ନାମକ ବୃଦ୍ଧକୁ ହତ୍ୟା କରାଯାଇଛି ବୋଲି ଡେଲାଙ୍ଗଥାନାରେ ଅଭିଯୋଗ ହୋଇଛି । ରେଙ୍ଗଳ କର୍ଯ୍ୟାଳୟ ପରିସରରେ ଏହି ବୃଦ୍ଧାକୁ ପଥରରେ ଛେଚି ହତ୍ୟାକରାଯାଇଛି । ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ବିବାହ ଭୋଜି ଖାଇବା ପାଇଁ ବୃଦ୍ଧ ଜଣଙ୍କ ଘରେ କହି ଆସିଥିଲେ । ପୁର୍ବଶତୃତାକୁ କେନ୍ଦ୍ରକରିି ବୃଦ୍ଧକୁ ହତ୍ୟା କରାଯାଇଥିବା ପରିବାର ଲୋକ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଯାଇଛି ।ଅଭିଯୋଗ ପାଇବା ପରେ ଡେଲାଙ୍ଗଥାନା ପୋଲିସ ୨୨/୨୦ନଂ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପୁରୀକୁ ପଠାଇଛି । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି ।

Leave A Reply

Your email address will not be published.