ବୁଧବାର ମାଲଗୋଦାମ ବନ୍ଦ

0 231

କଟକ, ୬/୮ (ଏସ୍‌ଏସ ନିୟୁଜ)ମାଲଗୋଦାମ ନିକଟରେ ଥିବା ବେହେରାସାହିରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା କାରଣରୁ  ପ୍ରତି ବୁଧବାର କଟକ ମାଲଗୋଦାମ ବନ୍ଦ ରହିବ ବୋଲି ମହାନଗର ନିଗମ (ସିଏମସି)  ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କଟକ ମାଲଗୋଦାମ କଣ୍ଟେନମେଣ୍ଟ ଅଞ୍ଚ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତି ବୁଧବାର କଟକ ମାଲଗୋଦାମ ବନ୍ଦ ରହିବ ବୋଲି  ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ନିଷ୍ପତି  ଅନୁଯାୟୀ,  ସକାଳ ୭ରୁ ୧୦ଟା ଯାଏ ଅଣଅତ୍ୟାବଶ୍ୟକ ଦୋକାନ ଏବଂ ସକାଳ ୧୦ରୁ ଅପରାହ୍ଣ ୨ଟା ଯାଏ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ହୋଲସେଲର୍ ଖୋଲିବ। ସେହିପରି ଅପରାହ୍ନ ୨ରୁ ରାତି ୮ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଖୁଚୁରା ଦୋକାନ ଖୋଲିବ। ଏହିଭଳି ୩ଟି ପର୍ଯ୍ୟାୟରେ ଖୋଲିବ ମାଲଗୋଦାମ ନେଇ ସିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.