ବୁଲିଲା ଖଣ୍ଡା କାତି…

0 447

ଖବର ଆଜିର,ତାରିଖ ୦୩-୧୨-୨୦ ଗୁରୁବାର
୧-ମ୍ୟାଚ୍ ଜିତିଲା, ସିରିଜ ହାରିଲା ଟିମ୍ ଇଣ୍ଡିଆ । ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ମାତ୍ ଦେଇ ସମ୍ମାନ ବଞ୍ଚାଇଲା ବିରାଟ ବାହିନୀ ।
୨-ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ପୁରୀ ଶ୍ରୀମନ୍ଦିର ଭଳି ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ ।
୩-ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି । ଜମି ପାଇଁ ବୁଲିଲା ଖଣ୍ଡା କାତି, ଧସ୍ତାଧସ୍ତି ମାରପିଟ ହେଲେ ସୀମାନ୍ତବାସୀ ।
୪-ନୂଆ କୃଷି ଆଇନରେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଲୋପ ପାଇବ ନାହିଁ ।
୫-ନୂଆ କୃଷି ଆଇନକୁ ରଦ୍ଧ ନ କଲେ ଦିଲ୍ଲୀକୁ ବାଟ ଛାଡ଼ିବୁ ନାହିଁ , ଚେତାବନୀ ଦେଲା କୃଷକ ସଂଘ
୬-ଆଜି ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କୃଷକଙ୍କ ଆନ୍ଦୋଳନ ଉପରେ ହେବ ଆଲୋଚନା ।
୭-ପରୀ ହତ୍ୟାକାରୀକୁ ଧରିବାକୁ ଚାଲିଛି ତନାଘନା, ବାବୁଲି ନାୟକକୁ ଏସ୍‌ଆଇଟିର ୩ ଘଣ୍ଟା ଧରି ଜେରା ।
୮-ଆକାଉଣ୍ଟ ଦେଖିବ ଇଡି । ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି, ଆଇଟି ବିଭାଗକୁ ରାଜ୍ୟ ଭିଜିଲାନ୍ସ ସେଲର ଚିଠି ।
୯-ସେବାୟତ କହିଲେ, ନବୀନ ଶୁଣିଲେ… ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହେଲେ, ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୦-ଆଲିବାବାଙ୍କ ‘ବିଗବାସ୍କେଟ୍’ ଲାଗି ଆଗଉଛନ୍ତି TATA, ଇନୋଭେଟିଭ ରିଟେଲ କନସେପ୍ଟରେ କିଣିବେ ୮୦ ପ୍ରତିଶତ ସେୟାର ।
୧୧-ତିକ୍ତତା ପରେ ସଂପର୍କ ଯୋଡିବାକୁ ପ୍ରୟାସ, ୩ ଦଶନ୍ଧି ପରେ ପ୍ରଥମ ଥର ଭାରତଠୁ ଚାଉଳ ଆମଦାନୀ କଲା ଚୀନ ।
୧୨-କରୋନା ଭ୍ୟାକ୍‌ସିନ୍ ପରିବହନରେ ସହାୟତା କରିବ ସ୍ପାଇସ୍ ଜେଟ୍‌, ନିୟୋଜିତ କରିବ କାର୍ଗୋ ବିମାନ ।
୧୩-ବିଜୁ ଯୁବ ଜନତା ଦଳର ନୂତନ ଉପସଭାପତି ଓ ସାଧାରଣ ସମ୍ପାଦକ ନାମ ଘୋଷଣା ।
୧୪-ଭର୍ଚୁଆଲ ହେବ ନାହିଁ ଓସ୍କାର-୨୦୨୧, ଯୋଗ ଦେବେ ଅତିଥି: ରିପୋର୍ଟ ।
୧୫-ହୀରାକୁଦ ଜଳଭଣ୍ଡାରରେ ଲାଗିଛି ବିଦେଶ ପକ୍ଷୀଙ୍କ ଭିଡ । ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ମାଲଦୀପରୁ ଉଡି ଜଳକ୍ରୀଡା କରୁଛନ୍ତି ବିଦେଶୀ ବିହଙ୍ଗ ।
୧୬-କରୋନା ଆକ୍ରାନ୍ତଙ୍କ ଘର ସମ୍ମୁଖରେ ଲାଗିବନି ପୋଷ୍ଟର, କୋଭିଡ-୧୯ ଚିକିତ୍ସାରୁ ମୁକ୍ତ ହେଲେ ଆୟୁଷ ଡାକ୍ତର ।
୧୭-ଖୁବ୍‌ଶୀଘ୍ର ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ: ସାଧାରଣତନ୍ତ୍ର ଦିବସ ଅବସରରେ ହେବେ ମୁଖ୍ୟ ଅତିଥି ।
୧୮-ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକକୁ ଆସ୍ୱସ୍ଥି । ୩ ମାସ ଜେଲ ପରେ ମୁମ୍ବାଇର ଏନଡିପିଏସ୍ କୋର୍ଟ ଦେଲେ ଜାମିନ୍ ।
୧୯-ଗଲଓ୍ବାନରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିଲା ଚୀନର ଷଡ଼ଯନ୍ତ୍ର, ଆମେରିକୀୟ କମିଶନଙ୍କ ରିପୋର୍ଟରେ ଆସିଲା ସଙ୍ଗୀନ ତଥ୍ୟ ।
୨୦-ମ୍ୟାଲେରିଆର ଦୂରୀକରଣରେ ଭାରତର ଅଭୂତପୂର୍ବ ସଫଳତା : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
୨୧-୧୨,୦୦୦ ରନ୍‌ରେ କୋହଲି ଦ୍ରୁତତମ, ବିନା ଶତକରେ ୨୦୨୦ ବର୍ଷ ଶେଷ କଲେ କୋହଲି .।
୨୨-ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିର୍ଦ୍ଦେଶକ୍ରମେ ବୈଠକ : ସମୟ ଧାର୍ଯ୍ୟ କରିପାରିଲେନି ଓଡ଼ିଶା, ଛତିଶଗଡ଼ ।
୨୩-କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା : ଶାସ୍ତ୍ରୀୟ ମଣିପୁରୀରେ ଶ୍ୱାସତ ପ୍ରେମ ଓ ଓଡ଼ିଶୀରେ ସୂର୍ଯ୍ୟ ବନ୍ଦନା ପରିବେଷକୁ ଆବେଗମୟ କଲା ।

 

Leave A Reply

Your email address will not be published.