ବୁର୍ଲା ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ

0 242

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ବରଗଡ଼ ଜିଲ୍ଲା ବରପାଲି ଅଂଚଳରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇ ସୁସ୍ଥ ହେବାପରେ ବ୍ଲାକ ଫଙ୍ଗସ ଜଣାପଡିଥିଲା ।ସେ ଗୁଜରାଟରେ ଥିବାବେଳେ କୋଭିଡରେ ଆକ୍ରନ୍ତ ହୋଇ ସୁସ୍ଥ ମଧ୍ୟ ହୋଇ ଘରକୁ ଫେରିଥିଲେ ।ତାଙ୍କର ନାକତଳରେ ଅସୁବିଧା ସୃଷ୍ଟିହେବାରୁ ସମ୍ବଲପୁର ବୁର୍ଲା ମେଡିକାଲର ଇଏନଟି ବିଭାଗକୁ ଚିକିସ୍‌ା ପାଇଁ ଯାଇଥିଲେ ।ସେଠାରେ ବୃଦ୍ଧ ଜଣଙ୍କ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ପ୍ରାଥମିକ ପର୍ଯ୍ୟାୟରେ ପହଁଚିଥିବାର ଡାକ୍ତରମାନେ ଜାଣିବାକୁ ପାଇଥିଲେ ।ଏହାପରେ ଅସ୍ତ୍ରପଚାର କରାଯାଇ ପ୍ରଭାବିତ ସ୍ଥାନକୁ ବାହାର କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.