ଖୁଣ୍ଟୁଣୀ,୩ା୧(ଏସଏସନିଉଜ) ନୂଆବର୍ଷରେ ରବିବାର ଗୁରୁଡ଼ିଝାଟିଆ ଓ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଦୁଇଟି ପୃଥକ ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିରେ ମାଆ ସହିତ ତାର ୮ଦିନର ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଗୁରୁଡ଼ିଝାଟିଆ ଥାନା ପ୍ରସନ୍ନପୁର ଗ୍ରାମର ସାନୁଜେନା, କାଞ୍ଚନଜେନା ଓ ବନିତାଜେନା ତାଙ୍କର ୮ଦିନର ଶିଶୁପୁତ୍ରକୁ ନେଇ ଏକ ଅଟୋରେ ଗୁରୁଡ଼ିଝାଟିଆ ଆସୁଥିବାବେଳେ ଓରନ୍ଦା ଠାରେ ୫୫ନଂ ଜାତୀୟରାଜପଥ ଉପରେ ବିପରୀତଦୀଗ ଖୁଣ୍ଟୁଣୀପଟୁ କଟକ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ସହିତ ମୁହାଁମୁହିଁ ଧକ୍କାହୋଇଥିଲା ।ଫଳରେ ଅଟୋରେ ଯାଉଥିବା ଅଟୋଚାଳକ ନରେନ୍ଦ୍ରସାହୁଙ୍କ ସମେତ ସାନୁ, କାଞ୍ଚନ, ବନିତା ଗୁରୁତରଆହତ ହୋଇଥିଲେ । ସୌଭାଗ୍ୟକୁ ୮ଦିନରଶିଶୁ ଅଳ୍ପକେ ବର୍ତ୍ତି ଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାକୁ ପଠାଇଥିଲେ ।
