ବସ୍ ହେଲପରଙ୍କୁ ଧାରୁଆଅସ୍ତ୍ରରେ ଆକ୍ରମଣ

ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି

ସମ୍ବଲପୁର,୩୧ା୫(ଏସଏସନିଉଜ)ସମ୍ବଲପୁର ସହରର ଅଇଁଠାପାଲି ଘରୋଇ ବସଷ୍ଟାଣ୍ଡ ପରିସରରେ ରାତି ପ୍ରାୟ ୨ଟା ବେଳେ ଦୁଇଜଣ ଦୁର୍ବୃତ୍ତ ଭୁବନ ବେହେରା ନାମକ ଜଣେ ବସ୍ ହେଲପରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଦୁଇଜଣ ଦୁର୍ବୃତ୍ତ ହେଲପରଙ୍କଠାରୁ ମୋବାଇଲ୍ ଓ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଏହି ଆକ୍ରମଣରେ ଗୁରୁତର ହେଲପରକୁ ଅନ୍ୟ ବସ୍ କର୍ମଚାରୀ ଉଦ୍ଧାର କରି ଚକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତିକରିଛନ୍ତି । ଏହିଘଟଣାରେ ଅଭିଯୁକ୍ତଙ୍କ ଗିରଫ ଓ ଫାଣ୍ଡି ସ୍ଥାପନ ଦାବିରେ ଦାବିରେ ଘରୋଇ ବସ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାରୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଅଇଁଠାପାଲି ବସଷ୍ଟାଣ୍ତରେ କର୍ମଚାରୀମାନେ ଧାରଣାଦେବାରୁ ସମ୍ବଲପୁରରେ ବସ ଚଳାଚଲ ବନ୍ଦ ହୋଇଯାଇଛି । ଯାହାଫଳରେ ଯାତ୍ରୀମାନେ ସେଠାରେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହୋଇଛି।

- Advertisement -

Leave A Reply

Your email address will not be published.