ବସକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା, ୧ା୧(ଏସଏସନିଉଜ) ବାରିପଦା ସହରର ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଉତ୍ତ୍ୟକ୍ତ ଲୋକେ ବସକୁ ଜାଳିଦେଇଛନ୍ତି । ୧୮ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିବାପରେ ଆଜି ଦିନ ସାଢ଼େ ୨ଟା ବେଳେ ବସକୁ ଜାଳିଦେଇଥିଲେ ।ଦୁର୍ଘଟଣାପରେ ବସ ଚାଳକ ଫେରାର ହୋଇଯାଇଛି ।

 

- Advertisement -

Leave A Reply

Your email address will not be published.