ବାଏ ବାଏ ରେ ବାର୍ତା

0 434

ଜଟଣୀ,୫/୫(ଏସ୍‌ଏସ୍‌ନିୟୁଜ) କରୋନା କବଳରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷପମାନ ଗ୍ରହଣ କରାଯାଉଛି ।ପ୍ରବାସୀ ଓଡିଆକୁ ଫେରାଇଆଣିବାର ବ୍ୟବସ୍ଥା ମଧ୍ୟ ସରକାର ଗ୍ରହଣ କରିଛନ୍ତି ।ରାଜ୍ୟ ଲକଡାଉନ ଥିବାବେଳେ ସାମାଜିକ ଦୁରତ୍ୱକୁ ବଜାୟ ରଖିବା ସହ ମାସ୍କ ପିନ୍ଧିବା ପାଇଁ ବାରମ୍ବାର ପରାମର୍ଶ ଦେଇଚାଲିଛନ୍ତି ।ଏହି ଘଡିସନ୍ଧି ମୁହୁର୍ତରେ ଅଭାବି ତଥା ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇଆସିଛନ୍ତି ଜଟଣୀର ପୁର୍ବତନ ବିଧାୟକ ତଥା ବିଜେଡି ଖୋର୍ଦ୍ଧାଜିଲ୍ଲାସଭାପତି ବିଭୁତିବଳବନ୍ତରାୟ ।

ବଳବନ୍ତରାୟଙ୍କ ଟିମ୍ ଗତ କିଛିଦିନ ହେବ ଜଟଣୀ ନିର୍ବାଚନମଣ୍ଡଳୀର ବିଭିର୍ଣ ଗ୍ରାମରେ ପହଁଚି ଲୋକମାନଙ୍କୁ ସଚେତନ କରିବା ସହ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି ।ବଳବନ୍ତରାୟଙ୍କର ଟିମ୍ ଦ୍ୱାରା ଚାଲିଥିବା ଖାଦ୍ୟ ବଂଟନପ୍ରକିୟାକୁ ସବୁବର୍ଗର ଲୋକମାନେ ସାଧୁବାଦ ଦେଉଛନ୍ତି । ତେବେ ଏହିପ୍ରକିୟା ଚାଲୁରହିବ ବୋଲି ବଳବନ୍ତରାୟ କହିଛନ୍ତି ।ବଳବନ୍ତରାୟଙ୍କ ଉଦ୍ୟମରେ ଆଜି ଏକ ନିଆରା ଢଙ୍ଗରେ ସଚେତନତା ସମସ୍ତଙ୍କୁ ଆକୃଷ୍ଟ କରିଛି ।କରୋନା ଆକୃତି ସଜ୍ଜିତ ଏକ ଅଟୋ ଆଜି ଜଟଣୀର ବିଭିର୍ଣ ଗ୍ରାମରେ ବୁଲି ଆମେ ସୁସ୍ଥ ଓ ସଚେତନ ରହିବା ଓ ମହାମାରୀ କରୋନାକୁ ବାଏ ବାଏ କରିବାର ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.