କଏଦୀଙ୍କୁ ପରିବା ବିକିବା ମନା

0 506

ଚନ୍ଦକା,୫/୫(ଏସଏସନିୟୁଜ)ଜାମୁଝରୀସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶକାରାଶ୍ରମରେ ଲକ୍‌ଡାଉନକୁ କଡାକଡିଭାବେ ପାଳନ କରାଯାଇଛି । କାରାଶ୍ରମ ପରିସରରେ ଥିବା ୬୬ଜଣ ଅନ୍ତେଃବାସୀମାନଙ୍କୁ ବାହାରକୁ ଛଡାଯାଉନାହିଁ ।ଏମାନଙ୍କଦ୍ୱରା ନିକଟସ୍ଥଗ୍ରାମମାନଙ୍କରେ କରାଯାଉଥିବା ଗାଇକ୍ଷୀର ଓ ପନିପରିବା ବିକ୍ରି ବନ୍ଦ କରାଯାଇଛି ।ଗେଟ୍ ସମ୍ମୁଖରେ ବିକ୍ରି କରାଯାଉଥିବା ତନ୍ତବୁଣା ସାମଗ୍ରୀକୁ ମଧ୍ୟ ବିକ୍ରି କୁ ବାରଣ କରାଯାଇଛି । ପୁର୍ବପରି କଏଦୀମାନେ ନିକଟସ୍ଥ ବଜାରକୁ ବୁଲିବାକୁ ମଧ୍ୟ ନିସିଦ୍ଧ କରାଯାଇଛି ।ବ୍ୟାରାକ୍ ରେ ନିଜନିଜ ଭିତରେ ସମଦୁରତା ରଖି ଶୋଇବା ଓ ବିଭିର୍ଣ କାର୍ଯ୍ୟ କରିବାକୁ ପରାମର୍ଶ ସହ ତାଗିଦ ମଧ୍ୟ କରାଯାଇଛି ବୋଲି ନବନିଯୁକ୍ତ ଜେଲର କୁମାରୀ ସ୍ମିତାମହାନ୍ତି କହିଛନ୍ତି ।

Leave A Reply

Your email address will not be published.