ବ୍ୟବସାୟୀଙ୍କ ଘରୁ ସୁନାଅଳଙ୍କାର,୭ଲକ୍ଷଟଙ୍କା ଲୁଟ

0 116

ଢେଙ୍କାନାଳ ,୭/୧୦(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ପରଜଙ୍ଗଥାନା ସାଦନପଡ଼ାର ବିନୟକୁମାରସାହୁ ନାମକ ବ୍ୟବସାୟୀଙ୍କ ଘରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୭ ଲକ୍ଷ ଟଙ୍କା ଓ ୧୫ ଲକ୍ଷର ସୁନା ଅଳଙ୍କାର ଲୁଟି ନେଇଥିବାର ଜଣାପଡିଛି ।ମାରଣାସ୍ତ୍ର ଦେଖଇ ପରିବାରଲୋକଙ୍କୁ ଗୋଟିଏ ଘରେ ରଖି ଲୁଟିଛନ୍ତି ଦୁର୍ବୃତ୍ତ । ପରଜଙ୍ଗ ଥାନାରେ ଅଭିଯୋଗ ହେବା ପରେ ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାଡ ପକ୍ଷରୁ ତଦନ୍ତ ଜାରି ରଖିଚି ପୋଲିସ ।

 

Leave A Reply

Your email address will not be published.