କେନ୍ଦୁଝର, ୮/୧୨(ଏସଏସନିୟୁଜ) ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ବିଦ୍ୟୁତ ସଂମ୍ପର୍ସରେ ଆସି ଏକ ମାଇହାତୀର ମୃତ୍ୟୁ ଘଟିଛି । ୧୮ ଟିକିଆ ହାତୀପଲ ବୁଧବାର ଭୋର ସମୟରେ ନେକଡ଼ାଘର ଜଙ୍ଗଲରେ ଯାଉଥିବାବେଳେ ନରଣପୁର ପାୱାରଗ୍ରୀଡ଼ରୁ ଜଂଘିରା ଆଡ଼କୁ ଯାଇଥିବା ୩୩ ଜେଭି ଲାଇନ ର ଏକ ଖୁଣ୍ଟ ସଂମ୍ପର୍ସ ରେ ଗୋଟିଏ ମାଇହାତୀ ଆସିଯାଇଥିଲା । ମାଈ ହାତୀଟି ଉଚ୍ଚଶକ୍ତି ବିଦ୍ୟୁତ ସଂମ୍ପର୍କ ରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ବଂଚିଯାଇଛନ୍ତି । ଖବର ପାଇ କେନ୍ଦୁଝର ବନବିଭାଗ ଅଧରକାରୀମାନେ ଘଟଣାସ୍ଥଳରେ ପହଁଚିଛନ୍ତି ।

