କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରରେ ସଂକ୍ରମଣ ରୋକିବାକୁ ହେଲା ସୀଲ୍

0 724

ଭୁବନେଶ୍ୱର ,୨୦/୬୯ଏସଏସନିୟୁଜ)ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲଡ୍ ବ୍ୟାଙ୍କକୁ ସିଲ୍ କରାଯାଇଥିବା ବେଳେ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନଙ୍କୁ ସଙ୍ଗରୋଧ ରଖାଯାଇଛି । ଏସବୁ ଭିତରେ ଆଜି ଭୁବନେଶ୍ୱରରେ ଆଜି ୧୫ଟି ସ୍ଥାନୀୟ ମାମଲା ସହ ମୋଟ୍ ୧୯ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ୧୯ ଜଣ କରୋନା ଚିହ୍ନଟଙ୍କ ମଧ୍ୟରେ ୪ ଜଣ ରେଲୱେ କର୍ମଚାରୀ ଥିବା ବେଳେ ସେମାନେ ସମସ୍ତେ ଦିଲ୍ଲୀରୁ ଫେରିଥିଲେ । ସେହିପରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିହ୍ନଟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୬ ଜଣ ହସ୍ପିଟାଲ କର୍ମଚାରୀ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ଆଉ ଏକ ଘରୋଇ ହସ୍ପିଟାଲରେ ଚିହ୍ନଟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୨ ଜଣ ହସ୍ପିଟାଲ କର୍ମଚାରୀ କରୋନା ପିଜିଟିଭ୍ ଚିହ୍ନଟ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.