ଜୋଡାଆମ୍ବରେ ପୋଲିସ ଷ୍ଟେସନକୁ ଉଦଘାଟନ କଲେ ଡିଜିପି

0 447

ଭୁବନେଶ୍ବର,୨୦/୬(ଏସଏସନିୟୁଜ) ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଜୋଡାମ୍ବ ପଞ୍ଚାୟତ ନୂତନ ଥାନା ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ । ପୋଲିସ ଡିଜି ଅଭୟ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ଯାଇ ଜୋଡାଆମ୍ବ ଠାରେ ଏକ ନୁତନ ଥାନା ଉଦଘାଟନ କରିବା ସହ ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରିଥିଲେ । ସ୍ବାଭିମାନ ଅଞ୍ଚଳର ତିନୋଟି ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ସହ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଜିଲ୍ଲାରେ ନକ୍ସଲ ମୁକାବିଲା ନେଇ ବୈଠକରେ ଆଲୋଚନା ସହ ବିଭିନ୍ନ ଋଣନୀତି ପ୍ରସ୍ତୁତ କରାଯାଇଥିଲା। ଏହି ବୈଠକରେ ଓଡିଶା ପୋଲିସ ଓ ବିଏସଏଫ ଅଧିକାରୀମାନେ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.