କାର୍ ମାଲିକଙ୍କୁ ନୋଟିସ କଲା ବାଣପୁର ପୋଲିସ

0 400

ଖୋର୍ଦ୍ଧା ୨୭/୩(ଏସଏସନିଉଜ) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଧିରେଧିରେ ଅଡୁଆ ବଢ଼ିବାରେ ଲାଗିଛି । ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ଏବେ ଜେଲରେ ରହିଛନ୍ତି । ମାର୍ଚ୍ଚ ୧୨ ତାରିଖ ବାଣପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସମୟରେ ଜଗଦ୍ଦେବ ଏକ ଲ୍ୟାଣ୍ଡ ରୋଭର ଡିସକଭରି କାରରେ ଆସିଥିବାବେଳେ ଲୋକଙ୍କୁ ଓ ପୋଲିସକୁ ଗାଡି ମଡାଇଦେଇଥିଲେ ।ଏଥିରେ ଉତ୍ୟକ୍ତ ହୋଇ ଲୋକମାନେ ପ୍ରଶାନ୍ତଙ୍କୁ କାରରୁ ଭିଡି ଆଣି ମରଣାନ୍ତକ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହି ସମୟରେ କାରର ଅସଲି ନମ୍ବର ପ୍ଲେଟ ଖସିଯାଇ ଆଗରେ ଷ୍ଟିକରରେ ଲାଗିଥିବା ନକଲି ନଂ. ଓଡ଼ି୦୨ଏୱାଇ୫୭୭୫ଟି ଗଣମାଧ୍ୟମଙ୍କର କ୍ୟାମେରାରେ କଏଦ ହୋଇଥିଲା । ଗୋଟିଏ ଓଡି୨୫କେ୫୭୭୫ ରହିଥିବାବେଳେ ଅନ୍ୟଟି ଓଡି୦୨ଏଓ୍ବାଇ ୫୭୭୫ ରହିଥିଲା। ଲ୍ୟାଣ୍ଡ ରୋଭର ଡିସ୍କଭରୀ କାର୍‌ର ମୂଳ ନଂ. ଓଡି୨୫କେ୫୭୭୫ ହୋଇଥିବାବେଳେ ଏହା ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ଏହି ୨ କାର୍‌ର ମାଲିକଙ୍କୁ ସପ୍ତାହକ ମଧ୍ୟରେ କାରର ସମସ୍ତ କାଗଜପତ୍ର ଦେଖାଇବାକୁ ନୋଟିସ୍ ଜାରି କରିଛି ବାଣପୁର ପୋଲିସ ।ଏହାପରେ ଘଟଣା ସ୍ପଷ୍ଟ ହେବ ବୋଲି ବାଲୁଗାଁ ଏସଡିପିଓ ତଥା ତଦନ୍ତ ଅଧିକାରୀ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.