କରୋନା ପାଇଁ ହାଟରେ ଲାଗିଲା କଟକଣା

0 225

ଭୁବନେଶ୍ୱର,୧୮/୩(ଏସଏସନିୟୁଜ) କରୋନା ପାଇଁ କଟକଣା ଜାରିକଲା ବିଏମ୍‌ସି ।ବିଏମସି ଅଧିନରେ ଥିବା ବଡବଡ ହାଟଗୁଡିକ ପାଇଁ ଏହି ନିୟମ ଲାଗୁହୋଇଛି । ହାଟଗୁଡିକ ସକାଳ ୬ଟାରୁ ଖୋଲା ହୋଇ ସନ୍ଧ୍ୟା ୬ଟାରେ ବନ୍ଦ କରିବାକୁ କୁହାଯାଇଛି ।ଏହି ନୁଆ ନୀୟମ ଗୁରୁବାରଠାରୁ ଲାଗୁହେବାକୁ ଯାଉଛି ।ସନ୍ଧ୍ୟାସମୟରେ ହାଟମାନଙ୍କରେ ପ୍ରବଳ ଗହଳି ଲାଗିରହୁଥିବାରୁ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହିଭଳି ପଦକ୍ଷପ ନେଇଛି ବିଏମସି । ୟୁନିଟ-୧ଡେଲିମାର୍କେଟ ,ୟୁନିଟ-୨ମାର୍କେଟ,ସହିଦନଗର ଡେଲି ମାର୍କେଟ, ରୁଚିକାଡେଲିମାର୍କେଟ,ଓଲ୍ଡଟାଉନ ଡେଲିମାର୍କେଟ, ଇନ୍ଦ୍ରଧନୁ ଡେଲି ମାର୍କେଟ, ଡମଣାହାଟ ପାଇଁ ଏହି ନୀୟମ ଲାଗୁ ହେବାକୁ ଯାଉଛି ବୋଲି ବିଏମସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ।

Leave A Reply

Your email address will not be published.