ମା ଶାରଳାଙ୍କ ପୀଠରେ କରୋନା ସର୍ତକତା ଜାରିହେଲା

0 243

କୁଜଙ୍ଗ.୧୭/୩(ଏସଏସନିୟୁଜ) କରୋନାକୁ ନେଇ ମା ଝଙ୍କଡ ଶାରଳାଙ୍କ ପୀଠରେ କଟକଣା ଜାରି କରିଛନ୍ତି ଜିଲ୍ଲାପ୍ରଶାସନ । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ମନ୍ଦିର କାର୍ଯ୍ୟନିର୍ବାହି ଅଧିକାରୀ ସୈାମ୍ୟରଞନ ପରିଜା ମନ୍ଦିର ପରିସରରେ ଭକ୍ତମାନଙ୍କ ପାଇଁ କେତେକ କଟକଣା ଜାରି କରିଛନ୍ତି ।ଭକ୍ତମାନଙ୍କପାଇଁ ଦକ୍ଷୀଣ ଓ ପଶ୍ଚିମ ଦ୍ୱାର ବନ୍ଦ ରହିବା ସହ ସିଂହଦ୍ୱାରଦେଇ ଭକ୍ତମାନଙ୍କ ସହ ସେବାୟତ ମାନେ ଯାତାୟତ କରିପାରିବେ ।ମନ୍ଦିର ଭିତରେ ମାଙ୍କ ପାଖକୁ ଭକ୍ତମାନେଆଉ ଯାଇପାରିବେନାହିଁ ।ମନ୍ଦିର ପରିସରରେ ଏକାଠି ୪-୫ଜଣ ଭକ୍ତ କିମ୍ବା ସେବାୟତ ରହିବେ ନାହିଁ ।ପରିସ୍କାର ପରିଛନ୍ନତା ରଖିବାକୁ ଏହି ବିଜ୍ଞପ୍ତିରେ କୁହାଯାଇଛି । ଏହାକୁ ସମସ୍ତ ସେବାୟତ ଓ ଭକ୍ତମାନେ ମାନିବା ସହ ସହଯୋଗ କରିବାକୁ ମନ୍ଦିର ପ୍ର୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.