କଟକ,୬/୪(ଏସଏସନିଉଜ)ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଦ୍ବିତୀୟ ବର୍ଷ ଛାତ୍ରୀ ସୁରଭି ପଞ୍ଚପାଲ ଆତ୍ମହତ୍ୟା କରିଥିବାବେଳେ ତାଙ୍କର ସୁଇସାଇଡ୍ ନୋଟ୍ ସିଡିଏ ଫେଜ୍-୨ ଥାନା ପୁଲିସ ଜବତ କରିଛି। ୨୦ ବର୍ଷୀୟା ଝିଅ ସୁରଭି ହରିୟାଣା ପାନିପଥ ଜିଲ୍ଲା ଦହର ରିଫାଇନାରି ଟାଉନସିପ୍ର ହିରାସିଂହ ପଞ୍ଚପାଲଙ୍କର ଝିଅ । ଦେଢ଼ ସପ୍ତାହ ହେବ ହରିୟାଣାରୁ ବିଶ୍ବବିଦ୍ୟାଳୟକୁ ଆସିଥିବା ସହ ଲେଡିଜ୍ ହଷ୍ଟେଲର ତୃତୀୟ ମହଲାରେ ଗୋଟିଏ ରୁମରେ ଏକୁଟିଆ ରହୁଥିଲେ। ସୋମବାର ସନ୍ଧ୍ୟାରେ ରହୁଥିବା ରୁମ ଭିତର ପଟୁ ବନ୍ଦ ଥିବାର ସହପାଠୀମାନେ ଦେଖିବାସହ ସୁରଭିଙ୍କୁ ବାରମ୍ବାର ଫୋନ୍ କରିଥିଲେ ସୁଦ୍ଧା ନଉଠାଇନଥିଲେ ।ଖବରପାଇ ରାତି ପ୍ରାୟ ୮ଟା ୩୦ ବେଳେ ହଷ୍ଟେଲ୍ ୱାର୍ଡେନ୍ ଅନ୍ୟ ଛାତ୍ରୀଙ୍କୁ ଧରି ତୃତୀୟ ମହଲାରେ ସୁରଭି ରହୁଥିବା ରୁମକୁ ଯାଇ ଦେଖିବାବେଳକୁ ବେକରେ ନିଜର ଓଢ଼ଣୀ ବାନ୍ଧି ସୁରଭି ଫ୍ୟାନରେ ଝୁଲି ପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହାଜଣାପଡିବାପରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଥିଲା। ତେବେ ପରିବାରଲୋକଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବାର ସୂଚନା ମିଳିଛି