ଧରାପଡ଼ିଲେ ୫ ମୂର୍ତ୍ତି ଚୋର

0 229

ଜଟଣୀ୬/୪(ଏସଏସନିଉଜ) ମନ୍ଦ୍‌ିରରୁ ମୁର୍ତୀଚୋରୀକରୁଥିବା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଗ୍ୟାଙ୍ଗର ୪ ସଦସ୍ୟ ହେଲେ ଜଟଣୀ ବାଲିଛକ ମୁଣ୍ଡିଆସାହି ଅଞ୍ଚଳରେ ରହୁଥିବା ରମେଶ ଜେନା.ବାଲିଛକ ମୁଣ୍ଡିଆ ସାହି ଅଞ୍ଚଳରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ତରତୁଆ ମୁସଲିମ ସାହିର ମାଜିଦ୍ ଖାନ୍ , ନାଇଜର ପଛ ପଦନପୁର ଅଞ୍ଚଳରେ ରହୁଥିବା ବାଜପୁର ଗ୍ରାମର ପଦ୍ମଲୋଚନ ବେହେରା . ମଧୁସୂଦନ ନଗର ତାରିଣୀ ମନ୍ଦିର ନିକଟରେ ରହୁଥିବା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର ମୁସଲିମ୍ ସାହିର ଏମ୍‌.ଡି ସୋଏବ୍ ଖାନ୍ ଓରଫ ଜାନି ଓ ଏହି ଚୋରା ସାମଗ୍ରୀକୁ କିଣୁଥିବା କବାଡ଼ି ଦୋକାନୀ ଜଟଣୀ ରଥିପୁର କେନାଲ ଅଞ୍ଚଳର ଅଖତାର ଖାନ୍ ଓରଫ ବାପି।ଏନଙ୍କଠାରୁ ନଟରାଜଙ୍କ ପିତ୍ତଳ ମୂର୍ତ୍ତି, ମା’ ଲକ୍ଷ୍ମୀଙ୍କ ଗୋଟିଏ ପିତ୍ତଳ ମୂର୍ତ୍ତି, ମା’ ପାର୍ବତୀଙ୍କ ଗୋଟିଏ ପିତ୍ତଳ ମୂର୍ତ୍ତି ଏବଂ ପ୍ରାୟ ଦୁଇ କୁଇଣ୍ଟାଲ କଂସା ପିତ୍ତଳର ନାଗ ମୂର୍ତ୍ତି, ଘଣ୍ଟି, ଘଣ୍ଟ ଓ ବାସନକୁସନ ଉଦ୍ଧାର କରାଯାଇଛି। ବ୍ୟବହୃତ ଟାଟା ଏସ୍ (ଓଡି୩୩ଭି-୨୦୦୮) ଓ ହୋଣ୍ଡା ୟୁନିକର୍ଣ୍ଣ ବାଇକ୍ ଜବତ କରାଯାଇଛି। ଏହି ଗ୍ୟାଙ୍ଗ ଭିଙ୍ଗାରପୁରର ଗୋପୀନାଥ ଦେବଙ୍କ ମନ୍ଦିରରୁ ଏକାଧିକ ଅଷ୍ଟଧାତୁ ମୂର୍ତ୍ତି ଓ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍‌ରେ ସମ୍ପୃକ୍ତି ଥିବା ପୁଲିସ କହିଛି।

Leave A Reply

Your email address will not be published.