ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

0 142

ବେଗୁନିଆ, ୬/୪(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ହୀରାପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରସନ୍ନ ଶତପଥୀ ଏବଂ ନିରଞ୍ଜନ ଶତପଥୀଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ଜିନିଷ ପତ୍ର ଲୁଟି ନେଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘରର ପଛପଟ ଝରକା ଗ୍ରୀଲ ଏବଂ କବାଟ ତାଡି ଦୁର୍ବୃତ୍ତ ମାନେ ଘରେ ପଶି ଆଲମିରାରେ ଥିବା ୧୨ ଲକ୍ଷ ଟଙ୍କାର ସୁନା ଗହଣା ,ନଗଦ୧ ଲକ୍ଷ ଟଙ୍କା, କିଛି ଦରକାରୀ କାଗଜ ପତ୍ର ନେଇପଳାଇଛନ୍ତି । ପୋଲିସ ଅଭିଯୋଗ ପାଇବାପରେ ସାଇଣ୍ଟିଫିକ ଟିମ ଆସି ଘଟଣାସ୍ଥଳରେ ପଂହଁଚି ତଦନ୍ତ କରି ଫେରିଛି ।

Leave A Reply

Your email address will not be published.