ରୋଷଘର ଚୁଲିଭଙ୍ଗା ଘଟଣାର ପର୍ଦାଫାସ

0 398

ପୁରୀ,୬/୪(ଏସଏସନିଉଜ)ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ତାଙ୍କ ଘର ବେଗୁନିଆ ଥାନା ଅଞ୍ଚଳରେ ହୋଇଥିବାବେଳେ ବୟସ ୩୦ ବର୍ଷ ବୋଲି ଜଣପଡିଛି । ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଅଭିଯୁକ୍ତର ପରିଚୟ ଓ ଠିକଣା ପୁଲିସ ପ୍ରକାଶ କରିନାହିଁ ।ତେବେ ସିସିଟିଭି ଆଧାରରେ ଗିରଫ ହୋଇଥିବା ଅଭିଯୁକ୍ତ  ଙ୍କୁ ଖୋର୍ଦ୍ଧାରୁ କାଲି ଗିରଫ କରାଯାଇଥିଲା । ମନ୍ଦିର ବୁଲିବା ପରେ ଭଲ ନଲାଗିବାରୁ ଚୁଲି ଭାଙ୍ଗି ଦେଇଥିବାର ପୋଲିସ ପାଖରେ ପ୍ରକାଶ କରିଥିବାର ପୁରୀ ଏସପି କନୱର ବିଶାଲ ସିଂହ ଅଭିଯୁକ୍ତ ବାବଦରେ ସମ୍ୟକ ସୂଚନା ଦେଇଛନ୍ତି ।ପ୍ରକାସଥାଉକି, ୨ ତାରିଖ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସୁରକ୍ଷା ବଳୟକୁ ଭେଦ କରି ରୋଷଘରୁ ୪୩ଟି ଚୁଲିକୁ ଭା‌ଙ୍ଗା ଯାଇଥିଲା ।

 

Leave A Reply

Your email address will not be published.