ଚେନ ଲୁଟେରା ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାର ଥାନା ପୋଲିସ

0 610

ଚୈାଦ୍ୱାର, ୪/୩(ଏସଏସନିଉଜ) ଚୈାଦ୍ୱାର ଥାନା ପୋଲିସ ଏକ ଚେନଲୁଟେରା ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କଠାରୁ ଦୁଇଟି ପଲସର ଓ୨୨ଟି ସୁନାଚେନ ଜବତ କରିଛି ।ସେମାନେ ହେଲେ ବାରଙ୍ଗଥାନା ଅର୍ନ୍ତଗତ ଜଇପୁର ଗ୍ରାମର ସୁବ୍ରତ ଭଟ ଓ ଗୋଠପୁରଗ୍ରାମର ଦେବାଶିଷ ସ୍ୱାଇଁ, ଚାନ୍ଦିନିଚୈାକିର ଶୁଭମ କୋକଟେ । ସୁବ୍ରତନାମରେ ୩୩ଟି , ଶୁଭମ ନାମରେ ୨୧ଟି ଓ ଦେବାଶିଷ ନାମରେ ୧ଟି ମକଦ୍ଦମା କଟକ-ଭୁବନେଶ୍ୱର ବିଭିର୍ଣ ଥାନାରେ ରହିଥିବାର ପୋଲିସ ଅନୁସନ୍ଧାନ ବେଳେ ଜାଣିବାକୁ ପାଇଛି । ଗତମାସ୨୨ତାରିଖ ସକାଳେ ପୁଅ ସହ ବାଇକରେ କଟକ ନୟାବଜାରର ଅନ୍ନପୁର୍ଣା ପ୍ରଧାନ ଚୈାଦ୍ୱାର ନୁଆପାଟଣା ଯାଉଥିଲେ ।ନୁଆପାଟଣା ମଧୁସୁଧନ ବ୍ରିଜ ପାଖରେ ପହଁଚିବାବେଳେ ଏକ ପଲସର ଗାଡିରେ ଦୁଇଜଣ ଯୁବକ ଆସି ତାଙ୍କ ବେକରୁ ଦୁଇଟି ସୁନାଚେନ ଛିଣ୍ଡାଇ ନେଇ ପଳାଇଯାଇଥିବାର ସେ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ଅଭିଯୋଗ ପାଇବାପରେ ୮୮/୨୨କେଶନଂରେ ଏକ ମକଦ୍‌ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ସିସିଟିଡଭି ଫୁଟେଜ ଆଧାରରେ ଏହି ଚେନ ଲୁଟେରାକୁ ଧରିବାରେ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.