ବାରଙ୍ଗ ପୋଲିସ ଧରିଲା ମଦ ବୋଝେଇ କାର

0 231

ବାରଙ୍ଗ,୪/୨(ଏସ ଏସ ନିଉଜ) ବାରଙ୍ଗ ଥାନା ପୋଲିସ ଶୁକ୍ରବାର ଦିନ ଫକୀର ପଡା ଗ୍ରାମପାଖରୁ ଏକ ମଦ ବୋଝେଇ କାରକୁ ଜବତ କରିବାସହ ଚାଳକକୁ ଗିରଫ କରି କୋର୍ଟ ଚାଳଣ କରିଛି ।କାର ଚାଳକ ହେଉଛନ୍ତି ମେଘା ଗ୍ରାମର ମନୋଜ କୁମାର ସାହୁ।ମନୋଜ ଓଡ଼ି02- ଏଜେ – 5869 ନମ୍ବର କାର ଯୋଗେ ମେଘାରୁ ୩୫ଲିଟର ଦେଶୀ ମଦ ନେଇ ଆସୁଥିବାର ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଖବର ପାଇଥିଲେ।ସଦଳବଳେ ଫକୀର ପଡା ଗାଁ ମୁଣ୍ଡରେ ଜଗି ରହିଥିଲେ ।ଏହି ସମୟରେ ମନୋଜ କାର ନେଇ ଆସୁଥିବାବେଳେ ତାଙ୍କୁ ରୋକିଥିଲେ।ପରେ କାର ଭିତରୁ ଦେଶୀ ମଦ ଥିବାରୁ ମାଡ଼ ବୋଝେଇ ଗାଡି କୁ ଜବତ କରି ମନୋଜଙ୍କୁ ଗିରଫ କରିଥିଲେ ।୪୩/୨୨କେଶ ନଂ ରେ ଏକ ମକଦମା ରୁଜୁକରି ଆଜି କୋର୍ଟ ଚାଲଣ କରିଛନ୍ତି ।ଗତ ଦୁଇ ସପ୍ତାହରେ ବାରଙ୍ଗ ଥାନା ପୋଲିସ ବେଆଇନ ଦେଶୀ ମଦ କାରବାରରେ ଲିପ୍ତ ଥିବା ୨ଟି କାର ଓ ଗୋଟିଏ ବୋଲେରୋ କୁ ଜବତ କରିବାରେ ସକ୍ଷମ ହୋଇଛି ।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.