ଚକରାସ୍ତାରେ ଲାଗିଲା ଚେକ୍ ଗେଟ୍

ତହସିଲରେ ଅଭିଯୋଗ କଲେ ଗ୍ରାମବସୀ

ବାରଙ୍ଗ,୭/୮( ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହ୍ନେଇଁପଡ଼ା ପଞ୍ଚାୟତର ଭୁବନପୁର ଗ୍ରାମଠାରୁ ବାଲିଚନ୍ଦ୍ରପୁରଗ୍ରାମ ପର‌୍ୟ୍ୟନ୍ତ ଥିବା ସରକାରୀ ଚକ ରାସ୍ତାକୁ କିଛି ମୁଷ୍ଟିମେୟ ଶ୍ରେଣୀର ଲୋକ ଜବରଦଖଲ କରି ରାସ୍ତା ଉପରେ ଚେକ୍ ଗେଟ୍ ନିର୍ମାଣ କରିଛନ୍ତି। ଯାହା ଫଳରେ ସାଧାରଣ ଲୋକ ଏହି ରାସ୍ତାଦେଇ ଯାତାୟତ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ବିଷୟ ରେ ବୁଧବାର ଦିନଗ୍ରାମବାସୀମାନେ ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନଙ୍କ ଅଭିଯୋଗ ମୁତାବକ ବାଲିଚନ୍ଦ୍ରପୁର ଗ୍ରାମ ସାହାଡ଼ା ସୁନ୍ଦରୀ ମନ୍ଦିର ପାଖରୁ ଭୁବନପୁର ଗ୍ରାମକୁ ସଂଯୋଗ କରୁଥିବା ଚକ ରାସ୍ତାକୁ ଅଞ୍ଚଳବାସୀ ଦୀର୍ଘବର୍ଷ ହେବ ଯାତାୟତ ନିମନ୍ତେବ୍ୟବହାର କରିଆସୁଥିଲେ। ହେଲେ କିଛି ମୁଷ୍ଟିମେୟ ଲୋକ ଉକ୍ତ ରାସ୍ତାକୁ ଜବରଦଖଲ କରି ରାସ୍ତା ଉପରେ ଚେକ୍ ଗେଟ୍ ନିର୍ମାଣ କରିଛନ୍ତି। ଯାହା ଫଳରେ ଉଭୟ ଗ୍ରାମର ଗ୍ରାମବାସୀମାନେ ଯାତାୟତ କରିପାରିନାହାନ୍ତି।ଗରିବ ଲୋକଙ୍କ ମୌଳିକ ସୁବିଧା କୁ ହୃଦୟଙ୍ଗମ କରି ତଦନ୍ତ କରି ଗ୍ରାମବାସୀଙ୍କୁ ନ୍ୟାୟ ଦେବାକୁ ଗ୍ରାମ୍ୟ କମିଟି ପକ୍ଷରୁ ଭୁବନପୁର ଗ୍ରାମ କମିଟି ସଭାପତି ରଞ୍ଜନ କୁମାର ଭଟ୍ଟ ଏବଂ ସମ୍ପାଦକ ତ୍ରିଲୋଚନ ଭୋଇ ବୁଧବାର ବାରଙ୍ଗ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି।ବାରଙ୍ଗ ତହସିଲଦାର ତୁଷାର ଜ୍ୟୋତି ରଞ୍ଜନଙ୍କୁ ପଚାରିବାରୁ ସେ ଗୁରୁବାର ଦିନ ଗ୍ରାମବସି ମାନେ କରିଥିବା ଅଭିଯୋଗ ଆଧାରରେ ଉକ୍ତ ଜାଗା ପରିଦର୍ଶନ କରିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ତହସିଲଦାର କହିଥିଲେ।

- Advertisement -

Leave A Reply

Your email address will not be published.