ଚଳନ୍ତାବାଇକ୍ ଉପରେ ପଡଲାଗଛ

0 182

ତିଗିରିଆ,୧୧ା୩(ଏସଏସନିଉଜ)ଏକ ଚଳନ୍ତା ବାଇକ୍ ଉପରେ ଗୋଟିଏ ଶଖିଲା ବରଗଛ ସହିତ ବିଦ୍ୟୁତ୍ ଖଣ୍ଟ ପୁଡ଼ିବାରୁ ଟୁକୁନାରଣା, ନିମେଇ ରଣା ଏବଂ ରବିସ୍ବାଇଁ ଗରୁତରଆହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଛି ।ଏହି ୩ଜଣ ବାଇକରେ ଠାକୁରାଣୀଘଟ ନେଇ ବାଇକରେ ନିଜଘର ତିଗିରିଆଥାନା ଅନ୍ତର୍ଗତ ପରୁଣା ତିଗିରିଆ ଯାଉଥିବା ସମୟରେ ଆଠଗଡ଼ଥାନା ଅନ୍ତର୍ଗତ ୬୫ନମ୍ବର ରାଜ୍ୟରାଜପଥ ଖଣ୍ଟକଟାପଞ୍ଚାୟତ ଅଧୀନ ମହୀଧରପରୁଛକରେ ହଠାତ୍ ଏକ ଶଖିଲାଗଛ ଉପୁଡ଼ି ପଡ଼ିଥିଲା। ଗଛଟି ବିଦ୍ୟୁତ୍ ଖଣ୍ଟରେ ମାଡ଼ହେବାରୁ ଖଣ୍ଟଟି ମଧ୍ୟ ରାସ୍ତାକୁ ନଇଁପଡ଼ିଥିଲା। ବାଇକରେଥିବା ୩ଜଣଯାକ ଗଛତଳେ ଚାପିହୋଇ ରହିଥିଲେ।

Leave A Reply

Your email address will not be published.