ଚାଲିଗଲା କଳାହଂସର ଜୀବନ

ବାରଙ୍ଗ,୨୫।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୭୫ନମ୍ବର(ବି) ଏନକ୍ଲୋଜରରେ ରହୁଥିବା ଏକ ଅଣ୍ଡିରା କଳାହଂସର ରବିବାରଦିନ ମୃତ୍ୟୁ ଘଟିଛି।ତେବେ ହଂସଟି ଏନକ୍ଲୋଜରରେ ଠିକ ଭାବେ ବିଚରଣ କରୁଥିବାବେଳେ ହଠାତ୍ କିପରି ମୃତ୍ୟୁ ଘଟିଲା ତାକୁନେଇ କର୍ତ୍ତୁପକ୍ଷ ଖୋଳତାଡ ଆରମ୍ଭ କରିଥିବାର ଜଣାପଡିଛି।ଶବବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚିକିତ୍ସକଙ୍କଠାରୁ ଶୁଣିବାକୁ ମିଳିଛି।ଏହି ହଂସର ମୃତ୍ୟୁପରେ ସେମାନଙ୍କ ସଂଖ୍ୟା ହ୍ରାସପାଇ ୪ରେ ପହଂଚିଛି। ଅଷ୍ଟେଲିଆ ଓ ତାସମାନିଆର ଆର୍ଦ୍ରଭୂମିରେ ଏହି ପ୍ରଜାତିର କଳାହଂସଙ୍କ ନିବାସସ୍ଥଳୀ।ମାଈ କଳାହଂସମାନେ ଗଭୀର ହ୍ରଦ ମଧ୍ୟରେ ଥିବା ବଡ ମାଟିକୁଦରେ ବସାବାନ୍ଧି ଶାବକ ଜନ୍ମ ଦେଇଥାନ୍ତି।ଉଭୟ ଦମ୍ପତି ଶାବକମାନଙ୍କ ଲାଳନପାଳନ କରନ୍ତି।ହଂସ ଠାରୁ ହଂସୀ ଆକୃତିରେ ସାନ ଦେଖାଯାଆନ୍ତି

- Advertisement -

Leave A Reply

Your email address will not be published.