ଭୁବନେଶ୍ୱର,୧୬ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରେ ରାଜଭବନ ଛକଠାରୁ ବାରଙ୍ଗ ମଧ୍ୟରେ ଆଉ ୭ଟି ଫ୍ଲାଏଓଭର ନିର୍ମାଣ କରାଯିବ । ନିକୋପାର୍କ ଛକ, ଜୟଦେବବିହାରଛକ, ଜନତାମଇଦାନ ଛକ, ଜାଭିୟରଛକ, କଳିଙ୍ଗହସ୍ପିଟାଲ ଛକ, ପାୱାରହାଉସ ଛକ ଓ ନନ୍ଦନକାନନଛକ ନିକଟରେ ଫ୍ଲାଏଓଭର ନିର୍ମାଣ କରାଯିବ ।ରାଜଭବନ ଛକଠାରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର୍ୟ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ୟ୍ୟ କରାଯିବା ସହିତ ଫ୍ଲାଏଓଭର ନିର୍ମାଣ କରାଯିବ ।ଏହାସହ ଭବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, ଭବାନିପାଟଣା ଓ ଭଦ୍ରକ ଆଦି ସହରମାନଙ୍କରେ ରିଙ୍ଗରୋଡ଼ନିର୍ମାଣ ନେଇ ମଧ୍ୟ ପ୍ରସ୍ତାବରହିଥିବା ଏକ ଲିଖିତପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରଫୁଲ୍ଲମଲ୍ଲିକ ବିଧାନସଭାର କହିଥିଲେ ।
