ଅନୁଗୁଳ,୨୬ା୯(ଏସଏସନିଉଜ) ହାତୀ-ମଣିଷ ଲଢ଼େଇ କମିନି, ବରଂ ଅଧିକ ତୀବ୍ର ହୋଇଛି ।ଯାହାର ଉଦାହରଣ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଚଳିତବର୍ଷ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି ଆଜି ସକାଳେ ଗଡ଼ାସନ୍ତ୍ରୀପଞ୍ଚାୟତ ଅନ୍ତର୍ଗତ ବାଇଝାଲିଆ ସହିରେ ହାତୀ ଆକ୍ରମଣରେ ପ୍ରଫୁଲ୍ଲଭୋଇ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଆହତ ହୋଇଛନ୍ତି। ଆଜିସକାଳେ ଟାଟାପ୍ଲାଣ୍ଟକୁ କାମ କରିବାକୁ ପ୍ରଫୁଲ୍ଲ ଯାଇଥିଲାବେଳେ ନଳଚନ୍ଦ୍ରପୁର ଶ୍ମଶାନପାଖରେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ପ୍ରଫୁଲଙ୍କୁ ଧରି କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣହାନି ହୋଇଥିଲା।
