ଛାତ୍ରଙ୍କୁ ପଥରରେଛେଚି ହତ୍ୟା!

0 84

ରାଉରକେଲା,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଖର୍ଚ୍ଚ କରିବାକୁ ଟଙ୍କା ନଦେବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାରସାଙ୍ଗମାନେ ଲାଠିରେ ପିଟି ଓ ପଥରରେଛେଚି ହତ୍ୟା କରି ଉଦିତନଗର ସରନାଛକ କଚଡ଼ା ପୁଲିଆନିକଟରେ ଫିଙ୍ଗି ଦେଇଛନ୍ତି ।ଏନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏହି ଘଟଣାରେ ଦୁଇ ନାବାଳକ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଆଉ ଜଣେ ଫେରାର ହୋଇଯାଇଥିବାର ଜଣାପଡିଛି ।ମୃତକ ହେଉଛନ୍ତି ବାଲୁଘାଟ ନୂଆବସ୍ତିର ରୁଦ୍ରନାରାୟଣ ପାଢ଼ୀ (୧୫)। ରୁଦ୍ର ସିଭିଲଟାଉନସିପ ସ୍ଥିତ ଡେଭେଲପ ଏରିଆ ଉଚ୍ଚ ବିଦ୍ୟାଳୟରେ ପାଠପଢନ୍ତି ।ହତ୍ୟାକାରୀ ଅଭିଯୁକ୍ତ ତିନି ଛାତ୍ର ରୁଦ୍ରର ସାଙ୍ଗ।ଏମାନଙ୍କୁ ରୁଦ୍ର ଖର୍ଚ୍ଚ କରିବାକୁ ଟଙ୍କା ଦିଅନ୍ତି । ଗତ ଦୁଇ ଦିନ ତଳେ। ଏହି ତିନିସାଙ୍ଗ କଲକରି ଉଦିତନଗର ଡାକିଥିଲେ।ଏହାପରଠାରୁ ରୁଦ୍ର ଆଉ ଘରକୁ ପେରିନଥିବାବେଳେ ଆଜିସକାଳୁ ପୁଲିଆନିକଟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ସୂଚନାଦେଇଥିଲେ ।

Leave A Reply

Your email address will not be published.