କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ନିଖୋଜ

0 65

କଟକ,୨୬ା୯(ଏସଏସନିଉଜ) କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ତପନକୁମାରସାହୁ ନିଖୋଜ ହୋଇଥିବାନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ବୈଦେଶ୍ୱର ପୋଲିସ ଏକ ମିସିଙ୍ଗ ରିପୋର୍ଟ ରୁଜୁକରି ତଦନ୍ତ ଆରମ୍ଭକରିଛି।ଗତକାଲି ନାଟେରୀଛକ ନିକଟରୁ ତପନ ନିଖୋଜ ହୋଇଯାଇଛନ୍ତି ।ସେ ବାଇକ ଯୋଗେ ଶ୍ୱଶୁର ଘର ବ୍ରହ୍ମପୁରରୁ ଫେରୁଥିଲେ।କଳାପଥର କାର‌୍ୟ୍ୟାଳୟରେ ଅଫିସକାମ ପାଇଁ ବାଟରେ ଅଟକିଥିଲେ।ଏହାପରେ ବଡ଼ମ୍ବାକାର୍ଯ୍ୟାଳୟ  ମୁହାଁ ହୋଇଥିବାବେଳେ ନିଖୋଜ ହୋଇଯାଇଥିବାବେଳେ ତାଙ୍କଫୋନ ସୁଇଚଅଫ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.