ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର

ସ୍ତ୍ରୀକୁ ଗୋଡ଼ାଇଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

0 63

ଗଜପତି ,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଅଡ଼ବାଥାନା ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର ହୋଇଥିବାର ଜଣାପଡିଛି । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତା ଦୁର୍ବତ୍ତମାନେ କପିଳେନ୍ଦ୍ର ମଲ୍ଲିକଙ୍କ ଘରେ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖବରପାଇ ସ୍ତ୍ରୀସସ୍ମିତା ଘରକୁ ଯାଉଥିବାବେଳେ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରାଯାଇଛି ।ଯାହାଫଳରେ ସ୍ୱାମୀସ୍ତ୍ରୀ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇବାସହ ତଦନ୍ତ ଆରମ୍ଭ କରିଛି ।ତେବେ କେଉଁ କାରଣରୁ ଏଭଳି ଗଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

Leave A Reply

Your email address will not be published.