ଚମକିଲେ ଓଡ଼ିଆ ପୁଅ

0 881

ଆଜି ସକାଳର ଖବର ,ତାରିଖ ୧୭/୧୦/୨୦ ଶନିବାର।
୧-କ୍ୱିଣ୍ଟନ୍ ଡିକକଙ୍କ ଧୂଆଁଧାର ବ୍ୟାଟିଂ । ୮ ୱିକେଟରେ କୋଲକାତାକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୨ ଅଙ୍କ ପାଇ ପଏଣ୍ଟ ଟେବୁଲ ଶୀର୍ଷରେ ମୁମ୍ବାଇଟ୍ଟ।
୨-ଚମକିଲେ ଓଡ଼ିଆ ପୁଅ । ନିଟ୍ ପରୀକ୍ଷାରେ ଟପ୍ପର ହେଲେ ରାଉରକେଲାର ସୋଏବ, ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ ।ଓଡ଼ିଶାର ୨୦ ହଜାର ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ୍‌।
୩-ଆସନ୍ତା ୧୯ରୁ ଆଉ ଏକ ଲଘୁଚାପ !  ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ସମସ୍ତ ଜିଲ୍ଲାପାଳକୁ ଚିଠି ଦେଲେ ଏସ୍‌ଆରସି।
୪-ପୁରୀ ସିଂହଦ୍ୱାରରେ ପତିତପାବନଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତାବ । ନାଗାର୍ଜୁନ ବେଶ କରି ସିଧାପ୍ରସାରଣ କରିବା ପାଇଁ ପ୍ରସ୍ତାବ ଦେଲେ ସେବାୟତ, କାର୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ଯୁକ୍ତି ।
୫-୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି । ଷ୍ଟାର ପ୍ରଚାରକ ତାଲିକାଲେ ନବୀନଙ୍କ ସମେତ ୨ ମହିଳାଙ୍କୁ ମିଳିଲା ସ୍ଥାନ । ପ୍ରଚାରକ ତାଲିକାରୁ ଅନୁଭବ ମହାନ୍ତି ପଡିଲେ ବାଦ।
୬-ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା
୭-ଆଜି ଠାରୁ ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ଯାତ୍ରା କରିବାକୁ ମହିଳାମାନଙ୍କୁ ଅନୁମତି।
୮-ଭୁବନେଶ୍ୱର ଗଣଦୁଷ୍କର୍ମ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ, ପୀଡ଼ିତାଙ୍କୁ ସୁରକ୍ଷା ପାଇଁ ନିର୍ଦ୍ଦେଶ
୯-ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ରୋକିବାରେ ରିମେଡ଼ିସିଭର ଅସଫଳ: ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ।
୧୦-ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ଟୀକା ଦେବାକୁ ଉତ୍ତରପ୍ରଦେଶ ସରକାର ଆରମ୍ଭ କଲେ ପ୍ରସ୍ତୁତି।
୧୧-ବିଗ ବି କହିଲେ, ‘ଲକଡାଉନ ସମୟରେ ରୋଷେଇକୁ ଛାଡ଼ି ଝାଡ଼ୁ-ପୋଛା ସବୁ କାମ କରୁଥିଲି’।

୧୨-ବିବାହ ପାଇଁ ଝିଅମାନଙ୍କର ସଠିକ୍ ବୟସ କ’ଣ ହେବ, ସରକାର ଶୀଘ୍ର ନିଷ୍ପତ୍ତି ନେବେ : ପ୍ରଧାନମନ୍ତ୍ରୀ ମୋଦୀ।
୧୩-ମୁଖ୍ୟମନ୍ତ୍ରୀଙ୍କୁ ୭୫ ଚାଲିଲା : ପ୍ରଧାନମନ୍ତ୍ରୀ ଫୋନରେ ଶୁଭେଚ୍ଛା ଜଣାଇଲେ, ଈଶ୍ୱରଙ୍କୁ ପ୍ରାର୍ଥନା କରି, ଦୀପ ଜାଳି ଶୁଭ ମନାସିଲେ ପ୍ରଶଂସକ।
୧୪-ପଶ୍ଚିମବଙ୍ଗ ସରକାରଙ୍କ ୫୦ ହଜାର ଟଙ୍କା ପୂଜା ଅନୁଦାନର ୭୫% କୋଭିଡ୍‌-୧୯ ଉପକରଣ ଲାଗି ଖର୍ଚ୍ଚ ହେବ: ହାଇକୋର୍ଟ।
୧୫-ପ୍ରଧାନମନ୍ତ୍ରୀ ଏଫଏଓର ୭୫ତମ ବାର୍ଷିକୀ ଅବସରରେ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କଲେ : କୁପୋଷଣର ମୁକାବିଲା ପାଇଁ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଦିଗରେ କାର୍ଯ୍ୟ କରାଯାଉଛି।
୧୬-ଦାଦାବଟି ମୁକ୍ତ ହେବ ଦୈତନଗରୀ । କମିଶନରେଟ୍ ପୋଲିସର ନୂଆ କାର୍ଯ୍ୟକ୍ରମ ‘ଦାଦା ବଟିକୁ ନା’ । ଗୋପନୀୟ ସୂଚନା ଦେଲେ ହେବେ ପୁରସ୍କୃତ ।
୧୭-ଅକ୍ଟୋବର ୨୩ରେ ମିଶନ ବିହାରକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୨ ଦିନରେ କରିବେ ୧୨ଟି ରାଲି।
୧୮-ମହାରାଷ୍ଟ୍ରରେ ୪ ପିଲାଙ୍କୁ ହତ୍ୟା : ବାପା ମା’ କାମକୁ ଯାଇଥିବା ବେଳେ ହତ୍ୟା, ଏପର୍ଯ୍ୟନ୍ତ  ଧରାପଡ଼ି ନି ହତ୍ୟାକାରୀ।
୧୯-ମାଇକ୍ରୋମ୍ୟାକ୍ସ ପକ୍ଷରୁ ଏହାର ନୂତନ ବ୍ରାଣ୍ଡ୍ ଅବତାର “ଇନ୍‌’ ଉନ୍ମୋଚିତ।
୨୦-ଚୀନ୍‌ରେ ବଢୁଛି ଏକ୍ସପେରିମେଣ୍ଟାଲ Covid  ଟିକା ବିକ୍ରି , ଛାତ୍ରଙ୍କୁ ମିଳୁଛି ମାଗଣା।

Leave A Reply

Your email address will not be published.