କାୟାକଳ୍ପ ପୁରସ୍କାର ବିତରଣୀ ଉତ୍ସବ

0 712

ଡେଲାଙ୍ଗ ୧୬/୧୦ (ଏସଏସନିୟୁଜ) ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟାକେନ୍ଦ୍ର ଗୃହ ଏବଂ ପରିସର ସ୍ୱଚ୍ଛତା ରକ୍ଷା କ୍ଷେତ୍ରରେ ଉଲେଖନୀୟ କୃତିତ୍ୱ ହାସଲ କରିଥିବାରୁ ଡେଲାଙ୍ଗ ଗୋଷ୍ଠିସ୍ୱସ୍ଥ୍ୟ କେନ୍ଦ୍ରକୁ ମିଳିଥିବା କାୟାକଳ୍ପ ପୁରସ୍କାର ଅବସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାରରେ ସହ ଭାଗିତା ଦେଇଥିବା କର୍ମଚାରୀ ମାନଙ୍କୁ କାୟାକଳ୍ପ ପୁରସ୍କାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବ ଅବସରରେ ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବରିଷ୍ଠ ସାମ୍ବାଦୀକ ପ୍ରସନ୍ନ ତ୍ରିପାଠୀ,ଡ. ସୁନୀ ସାମନ୍ତରାୟ,ବିପିଏମ ଦିଲ୍ଲିପ କୁମାର ପରିଡା ପ୍ରମୁଖ ଉପସ୍ଥିତଥିଲେ ।ଏହି ପରିପ୍ରକ୍ଷୀରେ ଜଗନ୍ନାଥଙ୍କ ପର୍ତ୍ତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ ଓ ପ୍ରଦୀପପ୍ରଜ୍ଜଳନ କରାଯାଇଥିଲା । ସଭା ପ୍ରାରମ୍ଭରୁ ସ୍ୱର୍ଗତ ବିଧାୟକ ମହାରଥିଙ୍କ ଅକାଳ ବିୟୋଗରେ ୨ ମିନିଟ ନିରବ ପାର୍ଥନା କରାଯାଇଥିଲା ।ଏହି ଉତ୍ସବରେ ଡ.ତ୍ରିପାଠୀ ଯୋଗଦେଇ ସୁସ୍ଥସମାଜ ଗଠନ ପାଇଁ ସ୍ୱଚ୍ଛତା ନିହାତି

ଆବଶ୍ୟକତା , ବିଭିନ୍ନ ରୋଗଠାରୁ ଦୂରେଇ ରହିବା ପାଇଁ ଚର୍ତ୍ୟୁପାଶ୍ୱ ସ୍ୱଚ୍ଛ ରଖିବା ଦିଗରେ ଧ୍ୟାନ ଦେବା ଦିଗରେ ଗୁରୁତ୍ୱ ଦେବା ସହିତ କୋଭିଡ-୧୯ ମହାମାରୀ ଠାରୁ ଦୂରେଇ ରହିବା ପାଇଁ ଟିପ୍ସ ପ୍ରଦାନ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦୀକ ଶ୍ରୀ ତ୍ରିପାଠୀ ବିଗତ ୫ ବର୍ଷ ପୂର୍ବେ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଯାହାଥିଲା ତାହା ଏବେ ପରିବର୍ତ୍ତନ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିସ୍କାର ପରିଚ୍ଛନ୍ନ ରଖିବା ଦିଗରେ ଗୁରୁତ୍ୱ ଦେବା ହେତୁ ତାହା ଆଜକୁ ଲଗାତର ୩ ବର୍ଷ ହେଲାଣି କାୟାକଳ୍ପ ପୁରସ୍କାର ପାଇବାରେ ଯୋଗ୍ୟତା ହାସଲ କରିଥିବା ନେଇ ମେଡିକାଲ କର୍ତ୍ତୁପକ୍ଷଙ୍କୁ ଭୁଇୟଂସି ପ୍ରସଂଶା କରିଥିଲେ । ପରିଶେଷରେ ମେଡିକାଲ କର୍ମଚାରୀ ନିହାରରଂଞ୍ଜନ ଜେନାମଣି,ବଳରାମ ପଟ୍ଟନାୟକ, ଶିବଉପାସିନି ମହାରଣା,ରାମକୃର୍ଷ୍ଣ ବାରିକ,ସାଧୁଚରଣ ଜେନା,ଗୀତା ରାଉତ,ଭାଗ୍ୟଲକ୍ଷ୍ମୀ ସାହୁ ପ୍ରମୁଖ ୩୦ ଜଣ କର୍ମଚାରୀଙ୍କୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା  କରାଯାଇଥିଲା ।(ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.