ଚାଞ୍ଚଲ୍ୟକର ତଥ୍ୟ

ଖବର ଆଜିର,ତାରିଖ ୧୭-୧୦-୨୦୨୧/ରବିବାର

0 242

୧-ଆସନ୍ତା ୨୧ରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ଜାରି କରୀ କରାଯାଇଛି। ଏକାଦଶ କ୍ଲାସ୍‌ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧ଟା ଯାଏ ଚାଲିବ। ସେହିପରି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅଷ୍ଟମ କ୍ଲାସ ହେବ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ।
୨-ଆସନ୍ତା ୨୦ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଓଡ଼ିଶା ପରିକ୍ରମା କରିବ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ’ ମଶାଲ୍‍ ।
୩-ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ମନମୋହନ ସିଂହ । ସ୍ୱାସ୍ଥ୍ୟାବସ୍ଥାରେ ହେଉଛି ଉନ୍ନତି – ଏମ୍ସ ଅଧିକାରୀ .
୪-ବିଶ୍ୱ ଖାଦ୍ୟ ଦିବସରେ ଚାଞ୍ଚଲ୍ୟକର ତଥ୍ୟ, ସରକାରୀ ଗୋଦାମରେ ନଷ୍ଟ ହେଉଥିବା ଖାଦ୍ୟରେ ଭରିପାରନ୍ତା ୩୦ ଲକ୍ଷ ଭୋକିଲାଙ୍କ ପେଟ ।
୫-ଜିଲ୍ଲା ପରିଷଦ ସଭାପତି ସଂରକ୍ଷଣ ଚିଠା ତାଲିକା ପ୍ରକାଶ : ମହିଳାମାନଙ୍କ ପାଇଁ ୫୦% ସଂରକ୍ଷିତ ।
୬-୧୯ବର୍ଷରୁ କମ୍ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଭି ବାରୋଟଙ୍କ ହୃଦଘାତରେ ଦେହାନ୍ତ ।
୮-ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ଜୟପୁର(ରାଜସ୍ଥାନ)କୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ।
୯-ନଭେମ୍ବର ୫ରେ କେଦାରନାଥ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ୨୫୦ କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ ।
୧୦-ରିଲିଜ୍ ହେଲା ‘ଗଦର ୨’ର ମୋଶନ ପୋଷ୍ଟର, ପରଦାରେ ପୁଣି ଏକାଠି ନଜର ଆସିବେ ସନି ଓ ଅମିଷା ।
୧୧-ବିଏସଏଫ କ୍ଷମତା ବୃଦ୍ଧି ପ୍ରସଙ୍ଗରେ ଅମିତ ଶାହାଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପୱାର ।
୧୨-ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ : “ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ।
୧୩-ସାଧାରଣ ନାଗରିକଙ୍କ ହତ୍ୟା ପରେ ସୁରକ୍ଷାବଳଙ୍କ ଗୁଳିରେ ଟଳିଲେଣି ୧୩ ଆତଙ୍କବାଦୀ, ୨୪ ଘଣ୍ଟାରେ ମିଳିଲା ବଡ଼ ସଫଳତା ।
୧୪-ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ପ୍ରଦୀପ୍ତ ମହାପାତ୍ର ହେଲେ ଓଏଫଡିସିର ଅଧ୍ୟକ୍ଷ ।
୧୫-‘ସପ୍ତାହ ପରେ ସ୍ପଷ୍ଟ ହେବ ପାର୍ବଣରେ ସଂକ୍ରମଣର ପ୍ରଭାବ’ ।
୧୬-ଗତ ସାଢ଼େ ତିନି ମାସ ମଧ୍ୟରେ ଡିଜେଲ୍‌ ଦର ୫ଟଙ୍କା ୯ପଇସା ବଢ଼ିଥିବାରୁ ଶନିବାର ଦିନ ବାଣିଜ୍ୟ ଓ ପରିବହନ ବିଭାଗ ବସ୍‌ ଭଡ଼ା ବଢ଼ାଇଛନ୍ତି। ଭଡ଼ା ୩ରୁ ୯ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
୧୭-‘ଦିନ ଆସିବ ମୋତେ ନେଇ ଗର୍ବ କରିବେ’, ଗରିବଙ୍କୁ ସାହାଯ୍ୟ କରିବାର ଏନସିବିକୁ ପ୍ରତିଶ୍ରୁତି ଦେଲେ ଆର୍ୟନ ଖାନ ।
୧୮-ଭାରତରେ ଟିକାକରଣର ‘ସୁପର ଫାଷ୍ଟ’ ସ୍ପିଡ୍‌, ଭୂୟସୀ ପ୍ରଶଂସା କଲେ ବିଶ୍ବ ବ୍ୟାଙ୍କ ଅଧ୍ୟକ୍ଷ ।
ଶୁଭ ସକାଳ,ସୁପ୍ରଭାତଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ….ନହେଲେ ବୟସ ଚାଲିଯିବ ରାସ୍ତା ବି ସରିଯିବ ଆଉ ଭବିଷ୍ୟତ ସେଇଠି ଅଟକି ଯିବ….ସର୍ବେ ଭବନ୍ତୁ ସୁଖିନଃ।ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ॥ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ॥

Leave A Reply

Your email address will not be published.