ଚନ୍ଦକାରେ ହେବ ବିଶ୍ବସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

0 553

ଚନ୍ଦକା,୩୧/୫(ଏସ୍‌ଏସ୍‌ନିୟୁଜ) ଚନ୍ଦକା ବନାଞ୍ଚଳରେ ହେବ ବନ୍ୟପ୍ରାଣୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ । ଲୋକସେବା ଭବନରେ ହାତୀଙ୍କ ସୁରକ୍ଷା ପାଇଁ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତି ହୋଇଥିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।ଏହାସହ ରାଜ୍ୟରେ ହାତୀ କରିଡର ସଂଖ୍ୟା୧୪ରୁ୧୬କୁ ବଢାଯିବ । ଶିମିଳିପାଳ-ହଦଗଡ଼ ଏବଂ ବରୁଣେଇ-ନୂଆଗଡ଼ ହାତୀଙ୍କ ନୂଆ କରିଡର ହେବ। ଢେଙ୍କାନାଳ, ରେଢ଼ାଖୋଲ ଓ ଆଠମଲ୍ଲିକ ବନଖଣ୍ଡରେ ଜାତୀୟ ରାଜପଥର ଅଣ୍ଡର ପାସ୍ ନିର୍ମାଣ ଚଳିତବର୍ଷ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି। ୨୦୧୭ ମସିହା ଗଣନା ଅନୁଯାୟୀ ରାଜ୍ୟରେ ୧ ହଜାର ୯୭୬ ହାତୀ ଅଛନ୍ତି ବୋଲି ସୂଚନା ମିଳିଛି।ଲୋକସେବା ଭବନରେ ହାତୀଙ୍କ ସୁରକ୍ଷା ପାଇଁ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍ ହରି ଶଙ୍କର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.