ଚନ୍ଦ୍ରଭାଗାରେ ବୁଡ ପକାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୫।୧(ଏସଏସନିଉଜ) ଶନିବାର ଷଷ୍ଠୀ ରାତି ୯ଟାରେ ତିନିଠାକୁର ନିଜନିଜ ଆସ୍ଥାନରୁ ବାହାରି ବିମାନବିଜେ କରିଥିଲେ।ମନ୍ଦିରରୁ ପାଟପଟୁଆରେ ଶ୍ରୀଶ୍ରୀ ତ୍ରୀବେଣୀଶ୍ବର, ଇଶାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାକୁଅର୍କକ୍ଷେତ୍ରର ତୀର୍ଥ ପୁଷ୍କରିଣୀକୁ ଅଣା ଯାଇଥିଲା।ରାତି ୩ଟାରେ ତିନିଠାକୁରଚନ୍ଦ୍ରଭାଗା ତୀର୍ଥମଣ୍ଡପରେ ପହଁଚିଥିଲେ । ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ

ପୂଜାହୋମ କର୍ମ ସମ୍ପାଦନ ଶେଷ ପରେ ସପ୍ତମୀତୀଥିରେ ପବିତ୍ର ତୀର୍ଥଜଳରେ ତିନିଠାକୁର ମହାସ୍ନାନ ହୋଇଥିଲା ।ଏହାପରେ ଅପେକ୍ଷାରତ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନେ ତୀର୍ଥ ଜଳରେ ବୁଡ ପକାଇଥିଲେ।ହଜାରହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ପବିତ୍ର ମାଘସପ୍ତମୀ ଅବସରରେ ବୁଡ ପକାଇଥିଲେ।

- Advertisement -

Leave A Reply

Your email address will not be published.