ଚାପିଦେଲା ବାଲିବୋଝେଇ ଟ୍ରାକ୍ଟର

0 78

ରାୟଗଡା,୧୧ା୧୧(ଏସଏସନିଉଜ) ମୁନିଗୁଡାଥାନା ଅନ୍ତର୍ଗତ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ଟ୍ରାକ୍ଟର ଚାପାରେ ଡାକୁଲୁଗୁଡ଼ା ସଦର ପଞ୍ଚାୟତ ହରିଜନ ସାହିର ମୋଣ୍ଟୁ ନାଗ(୨୫)ନାମକ ଯୁବକଙ୍କର ମୃତ୍ୟୁ ଘଟିଛି । ଓଡ଼ି-୧୮-ଏଚ-୨୭୬୬ନଂ ଟ୍ରାକ୍ଟରଟି କୁଟ୍ରାଗୋଡ଼ ନଦୀରୁ ବାଲି ବୋଝେଇ କରି ବିଷମ କଟକ ଅଭିମୁଖେ ଆସୁଥିବା ବେଳେ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ମୋଣ୍ଟୁ ଉପରେ ମାଡି ଯାଇଥିଲା ।ସ୍ଥାନୀୟ ଲୋକମାନେ ମୋଣ୍ଟୁକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କର ମୃତ ଘଷଣା କରିଥିଲେ। ଏହାପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଚାପା ଉତେଜନା ଦେଖାଦେଇଥିଲା ।

 

Leave A Reply

Your email address will not be published.