ଛତାବର ଗ୍ରାମରେ ଲାଗିଲା ଗଛ

0 207

ମେଣ୍ଢାଶାଳ,୨୭/୭(ଏସଏସନିଉଜ)୭୩ତମ ବନମହୋସ୍‌ବ ଉପଲକ୍ଷେ ଛତାବରଗ୍ରାମରେ ଏକ ବୃକ୍ଷରୋପଣ ଉସ୍‌ବ ଅନୁଷ୍ଠିତ ହୋଇଯାଇଛି ।ମାମଙ୍ଗଳା ଠାକୁରାଣୀଙ୍କ ମନ୍ଦିର ପଛପଟେ ଥିବା ଖାଲିଜାଗାରେ ବୃକ୍ଷରୋପଣ କରାଯାଇଥିଲା ।ଗ୍ରାମର ଯୁବସମାଜ ସେବୀ ସଂଗ୍ରାମରାଉତରୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଟଣୀକଂଗ୍ରେସ ନଗରକମିଟିର ସଭାପତି ମନ୍ନଥ ରାଉତ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତମାନ ବାୟୁପ୍ରଦ୍ୟୁଷଣ ରୋକିବାପାଇଁ ବୃକ୍ଷରୋପଣ ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ ।ଗ୍ରାମ୍ୟଯୁବକମାନେ ବୃକ୍ଷରୋପଣ କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବକମାନଙ୍କ ମଧ୍ୟରେ ଅସିତ କୁମାର ପଟ୍ଟନାୟକ ,ଦିବାକର ବେହେରା ,ରାକେଶ ରାଉତରାୟ, ପ୍ରମୋଦ ନାୟକ,ରାଜକିଶୋର ବେହରା,ରମାକାନ୍ତନାୟକ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ଆୟୋଜକ ସଂଗ୍ରାମରାଉତରାୟ ଆଗାମିଦିନରେ ଗ୍ରାମରେ ୨ହଜାରେ ବୃକ୍ଷରୋପଣ କରାଯିବ ଓ ସମସ୍ତଫଳଗଛ ସେ ବ୍ୟକ୍ତିଗତଭାବେ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.