ଧାମରା, ୨୭/୭(ଏସଏସନିଉଜ) ୨୨ ତାରିଖରେ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।ଏଥିରେ ଆଦାନି ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ଡିଏଭି ଆଂଚଳିକ ଅଧିକାରୀଙ୍କ ପ୍ରୋତ୍ସାହନ, ସହକାରୀ ଆଂଚଳିକ ଅଧିକାରୀଙ୍କ ଅନୁଶାସନ, ଅଭିଭାବକ ଓ ଧାମରା ପୋର୍ଟ କର୍ତୁପକ୍ଷ ସହଯୋଗରୁ ବିଦ୍ୟାଳୟକୁ ମିଳିଛି ଶତ ପ୍ରତିଶତ ସଫଳତା । ଶ୍ରୀମାନ ସାଇ ସ୍ୱରୂପ ରାଉତ ସର୍ବାଧିକ ୯୭.୨ ପ୍ରତିଶତ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । କୃତିିକା ସେନାପତି ୯୬.୨ ଏବଂ ସ୍ୱୟମ ଶ୍ରୀୟା ପଣ୍ଡା ୯୪.୪ ପ୍ରତିଶତ ନମ୍ବର ରଖି ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି । ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ରୁ ଊର୍ଦ୍ଧ୍ୱ ନମ୍ବର ରଖିବାରେ ସଫଳ ହୋଇଛନ୍ତି । ଏହି ପରୀକ୍ଷାରେ ବିଦ୍ୟାଳୟ ପାସ ହାର ୮୫.୩୯ ପ୍ରତିଶତ ରହିଛି । ‘ସାଧୁତା ହିଁ ଶ୍ରେଷ୍ଠ ନୀତି’ ଏହି ନୀତିକୁ ଅବଲମ୍ବନ କରି ଡିଏଭି ଛାତ୍ରଛାତ୍ରୀ ଆଜି ସଫଳତାର ଶୀର୍ଷରେ ପହଂଚି ପାରିଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ ଆଜି ସଫଳତା ଆଣି ଦେଇଛି ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ।
