ଛତାବରରେ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

0 283

ମେଣ୍ଢାଶାଳ,୬/୨(ଏସଏସନିୟୁଜ)ଛତାବର ଗ୍ରାମରେ ହନୁମାନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ଉସ୍‌ବ ଅନୁଷ୍ଠିତ ହୋଇ ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି । ରବିବାରଦିନ ଆରମ୍ଭ ଏହି କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ ,ଜଳଯାତ୍ରା,ସୋମବାରଦିନ ସୁର୍ଯ୍ୟପୁଜା,ଘଟପ୍ରତିଷ୍ଠା,ଅଗ୍ନିସ୍ଥାପନ,ହନୁମାନଚାଳିଶା ପାଠ,ମଙ୍ଗଳବାରଦିନ ସୁର୍ଯ୍ୟପୁଜା,ବିଗ୍ରହ ଗ୍ରାମପରିକ୍ରମା, ବୁଧବାରଦିନ ସୁନ୍ଦରକାଣ୍ଡ ପାଠ ହୋଇଥିଲା । ଗୁରୁବାରଦିନ ଉଦଯାପନି ଉସ୍‌ବରେ ସୁର୍ଯ୍ୟପୁଜା ,ମନ୍ଦିର ପ୍ରତିଷ୍ଠା,ବିଗ୍ରହପ୍ରବେଶ ସାଙ୍ଗକୁ ପୁର୍ଣାହୁତୁ ହୋଇଥିଲା । ପରେ ଭକ୍ତମାନଙ୍କପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ସମସ୍ତ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ଛତାବର,ପଳାସପୁର,ଘୋରଡିଆ,ଶାରଳା, ଓ ପାଇକେରାପୁର ଗ୍ରାମରୁ ଆସିଥିବା ବୈଦିକ ବ୍ରାହ୍ମଣ କୃତିବାସ ମାହପାତ୍ର, ବିଭୁତିଭୁଷଣ ଷଡଙ୍ଗୀ,ସୁଦର୍ଶନ ତ୍ରିପାଠୀ,ଗୋବର୍ଦ୍ଧନ ରଥ ପ୍ରମୁଖ ଯୋଗଦେଇ ଯଜ୍ଞାନୁଷ୍ଠାନ ଓ ପ୍ରତିଷ୍ଠା ଉସ୍‌ବକୁ ପରିଚାଳନା କରିଥିଲେ । ଶେଷରେ ଭଜନସମାରୋହ ହୋଇଥିଲା ।

Leave A Reply

Your email address will not be published.