ବାଟ ମହାବୀର ମନ୍ଦିରରୁ ଚୋରୀ

0 252

ଡେଲାଙ୍ଗ,୬/୨ (ଏନଏନଏସ) ଡେଲାଙ୍ଗ ହାଟ ବଜାର ସନ୍ନିକଟ ବାଟ ମହାବୀର ମନ୍ଦିରରୁ ଗତ ବିଳମ୍ବିତ ରାତିରେ ପିତଳ ନିର୍ମିତ ରାମ ଓ ଲକ୍ଷ୍ମଣଙ୍କ ମୂର୍ତୀ କେହି ଦୁର୍ବୁତତ୍ତ ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ପ୍ରତ୍ୟେକ ଦିନ ଭଳି ପୂଜକ ଠାକୁରଙ୍କ ନିତିକାନ୍ତି ସାରୀ ପହୁଡ ପକାଇବା ସହିତ ମନ୍ଦିର ଚାବିଦେଇ ଘରକୁ ଯାଇଥିଲେ । ସକାଳୁ ପୂଜକ ପୂଜା କରିବାକୁ ଆସିବା ସମୟରେ ମନ୍ଦିର ଚାବି ଭାଙ୍ଗି ୨ ପିତଳ ମୂର୍ତିକୁ କେହି ଚୋରିକରିଥିବାର ଦେଖିବାକୁ ମିଳିଥିଲା । ଏନେଇ ଆର୍ତସାହୁ ଡେଲାଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏହି ମନ୍ଦିର ୫ ବର୍ଷ ପୁର୍ବେ ନିର୍ମାଣ କରାଯିବା ସହିତ ରାମ,ଲକ୍ଷ୍ମଣ ଓ ଶୀତାଙ୍କ ମୂର୍ତୀ ସ୍ଥାପନ କରାଯାଇଥିଲା ।

Leave A Reply

Your email address will not be published.