ଚମ୍ପାଦେବୀଙ୍କ ଫୀଠରେ ୧୫ ତମ ବିଶ୍ୱଶାନ୍ତି ମହାଯଜ୍ଞ

0 286

ଡେଲାଙ୍ଗ,୬/୨ (ଏନଏନଏସ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ପଂଚାୟତର ଓଉପଡା ଗ୍ରାମର ଆରଧ୍ୟ ଦେବୀ ମା’ଚମ୍ପାଦେବୀଙ୍କ ପୀଠରେ ୧୫ ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗ୍ରାମର ୭ ଜଣ ମାନସିକ କଳସଧାରୀ ଗ୍ରାମ୍ୟ ପୁସ୍କରିଣୀରୁ କଳସ ବୁଡାଇ ଗ୍ରାମ ପରିକ୍ରମା କରିବା ସହିତ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ ।ପରେ ଯଜ୍ଞଧିବାସ,ଶାଲାମଣ୍ଡନ,ସୂର୍ଯ୍ୟପୂଜା,ସର୍ବଦେବାଦେବୀ ଆବାହାନ,କାର୍ଯ୍ୟକ୍ରମ ସମାପନ କରାଯାଇ ଅପରାହ୍ନରେ ପୁର୍ଣ୍ଣାଆହୁତି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ମୁଖ୍ୟପୂଜକ ମଦନ ମୋହନ ମିଶ୍ର ଓ ସାଥିମାନେ ଯଜ୍ଞଆଦି କର୍ମତୁଲାଇଥିଲେ । ଗ୍ରାମର ଯୁଧିଷ୍ଟିର ମାର୍ଥା,କାହ୍ନୁଚରଣ ଭୂଜବଳ,ଶିବପ୍ରସାଦ ଭୂଜବଳ,ଦାସରଥି କୋଦମାସିଂହ,ବାବୁ କୋଦମାସିଂହ,ରତ୍ନାକର କୋଦମା ସିଂହ ଏହି ଧାର୍ମିକ କାର୍ଯ୍ୟରେ ସହେଯାଗକରିଥିଲେ ।

Leave A Reply

Your email address will not be published.